ବାଇକ୍‌କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 7, 2022

ବାଇକ୍‌କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଲା କାର୍‌

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି।  ବାଇକ୍‌କୁ ଧକ୍କା ଦେଇ ଏକ କାର୍ ରାସ୍ତା ଉପରେ ଓଲଟି ପଡ଼ିବାରୁ କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଦିଲ୍ଲୀପ କୁମାର ରାଉତ ଓ ବିଶ୍ଵନାଥ ନାୟକ। ଦିଲ୍ଲୀପଙ୍କ ଘର ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବୋତଲଣ୍ଡା ଗାଁରେ ହୋଇଥିବା ବେଳେ ବିଶ୍ଵନାଥଙ୍କ ଘର କଟକ ଜିଲ୍ଲା ଅଢେଇଗୁଣ୍ଡି ବାଗଢା ଗାଁରେ ବୋଲି ଜଣାଯାଇଛି। ଗୁରୁତର ୨ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଆଜି ସକାଳେ ଦିଲ୍ଲୀପ କାର୍‌ରେ କାମାକ୍ଷାନଗରରୁ  ଯାଜପୁର ନିଜ ଘରକୁ ଯାଉଥିଲେ। ଏହି ସମୟରେ ବିଶ୍ଵନାଥ ଭୁବନରୁ କଟକ ଅଭିମୁଖେ ଯାଉଥିବା ବେଳେ ତାଙ୍କ ବାଇକ୍‌  ସହ କାର୍‌ର ଧକ୍କା ହୋଇଥିଲା। ପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।  ଦୁର୍ଘଟଣାରେ  ଦିଲ୍ଲୀପ ଓ ବିଶ୍ୱନାଥ ଗୁରୁତର ହୋଇଥିଲେ।  ସେମାନଙ୍କୁ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି  ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ  କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।  କାର୍‌ରେ ଏକା ଦିଲ୍ଲୀପ ଥିଲେ।

The post ବାଇକ୍‌କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଲା କାର୍‌ appeared first on Odisha Reporter.



from Odisha Reporter https://ift.tt/9pgROfQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages