ରୋଜର୍ ବିନ୍ନି ହୋଇପାରନ୍ତି ବିସିସିଆଇର ପରବର୍ତ୍ତୀ ସଭାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 7, 2022

ରୋଜର୍ ବିନ୍ନି ହୋଇପାରନ୍ତି ବିସିସିଆଇର ପରବର୍ତ୍ତୀ ସଭାପତି

ନୂଆଦିଲ୍ଲୀ: ରୋଜର୍ ବିନ୍ନି ହେବେ ବିସିସିଆଇର ପରବର୍ତ୍ତୀ ବସ୍‌। ସୌରଭ ଗାଙ୍ଗୁଲିଙ୍କ ପରେ ବିନ୍ନି ହୋଇପାରନ୍ତି ପରବର୍ତ୍ତୀ ସଭାପତି । ଆସନ୍ତା ୧୮ ତାରିଖରେ ବିସିସିଆଇ ସଭାପତି ନେଇ ନିର୍ବାଚନ ହେବ।  ତାପୂର୍ବରୁ ବିନିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି।  କୁହାଯାଉଛି, ଏନେଇ କିଛି ବୋର୍ଡ ସଦସ୍ୟ ନିଜ ଚୂଡ଼ାନ୍ତ ମତ ସହ ସମର୍ଥନ ଜଣାଇଛନ୍ତି। ବିନି ଏହି ଦୌଡରେ ଆଗରେ ଅଛନ୍ତି। ଶୀଘ୍ର ଏହା ଉପରେ ଆନୁଷ୍ଠାନିକ ମୋହର ଲାଗିପାରେ। ଗାଙ୍ଗୁଲି ୨୦୧୯ ଅକ୍ଟୋବର ୨୩ରେ ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ଏହାର ପରବର୍ତ୍ତୀ ଦିନ ଅର୍ଥାତ ଅକ୍ଟୋବର ୨୪ରେ ଜୟ ଶାହ ସଂପାଦକ ଦାୟିତ୍ଵ ଗ୍ରହଣ କରିଥିଲେ। ଉଭୟଙ୍କ କାର୍ଯ୍ୟକାଳ ୨୦୨୨ ଅକ୍ଟୋବରରେ ସରୁଛି। ନିକଟରେ ସୁପ୍ରିମକୋର୍ଟର ମଞ୍ଜୁରୀ କ୍ରମେ ବିସିସିଆଇ ସଂପର୍କିତ ସମ୍ବିଧାନର ସଂଶୋଧନ କରାଯାଇଛି।

ସଂଶୋଧିତ ନିୟମ ଅନୁଯାୟୀ, ୬ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ବିସିସିଆଇର ଅଧ୍ୟକ୍ଷ  ପଦରେ ରହି ପାରିବେ। ତେଣୁ ଗାଙ୍ଗୁଲି ଏବଂ ଶାହ ଉଭୟ ନିଜର କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ଜାରି ରଖି ପାରିବେ। ମାତ୍ର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗାଙ୍ଗୁଲି ନିଜ ପଦ ଛାଡିବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦ ଲାଗି ପରବର୍ତ୍ତୀ ନିର୍ବାଚନ ଲଢିବେ ନାହିଁ। ଜୟ ଶାହ ସଂପାଦକ ପଦ ପାଇଁ ଆବେଦନ କରି ପାରନ୍ତି। ଗାଙ୍ଗୁଲିଙ୍କ ପରେ ରୋଜର ବିନ୍ନି ବିସିସିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହେବାର ସମ୍ଭାବନା ଅଧିକ ରହିଛି।

ଆସନ୍ତାକାଲିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଚୂଡ଼ାନ୍ତ ପ୍ରାର୍ଥୀପତ୍ର ୧୪ ତାରିଖରେ ପ୍ରକାଶ ପାଇବ । ସେହିପରି ଏଥର ବି ସମ୍ପାଦକ ଭାବେ ନିର୍ବାଚନ ଲଢ଼ିବେ ଜୟ ଶାହ । ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍-ICC ସଭାପତି ହୋଇପାରନ୍ତି।  ତେଣୁ ବିସିସିଆଇର ଦାୟିତ୍ୱ ଜଣେ ବରିଷ୍ଠ ଖେଳାଳିଙ୍କ ହାତରେ ଦେବା ପାଇଁ କିଛି ବୋର୍ଡ ନିଷ୍ପତ୍ତି ନେଇଥିଲେ ।  ୧୯୮୩ ବିଶ୍ୱ ବିଜୟୀ ଭାରତୀୟ କ୍ରିକେଟ୍ ଟିମରେ ଥିଲେ ରୋଜର୍ ବିନି।  କପିଲ ଦେବଙ୍କ ସହ ଘନିଷ୍ଠ ଥିବା ବିନି ସେତେବେଳର ଧୂଆଁଧାର ପେସ୍ ବୋଲର୍ ସହ ଅଲରାଉଣ୍ଡର ଭାବେ ବେଶ୍ ପରିଚିତ ଥିଲେ।

The post ରୋଜର୍ ବିନ୍ନି ହୋଇପାରନ୍ତି ବିସିସିଆଇର ପରବର୍ତ୍ତୀ ସଭାପତି appeared first on Odisha Reporter.



from Odisha Reporter https://ift.tt/hHxU8gW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages