ବାସ୍ତୁ ଶାସ୍ତ୍ରକୁ ଅନୁସରଣ କଲେ ଜୀବନରେ ଆସୁଥିବା ବହୁ ବାଧାବିଘ୍ନ ଟଳି ଯାଇଥାଏ। ଏପରିକି ଜୀବନରେ ଦେଖାଦେଉଥିବା ଜଟିଳତା ବି ବହୁ ମାତ୍ରାରେ ସହଜ ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପ୍ରତି କାମ ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ହୋଇଛି। ଉକ୍ତ ସମୟକୁ ବାଦ ଦେଇ ଅନ୍ୟ ସମୟରେ ଉକ୍ତ କାମ କଲେ ନିହାତି ଭାବେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି କୁହାଯାଏ।
ଯେପରି କିଛି ମୂଲ୍ୟବାନ ଜିନିଷ ଯଥା ସୁନା ଗହଣା ଆଦି କିଣିବାକୁ ଧନତେରସକୁ ଶୁଭ ବୋଲି ବିବେଚନା କରାଯାଇଥାଏ। ଏହି ଦିନ ଅଳଙ୍କାର କିଣିଲେ ମା’ ଲକ୍ଷ୍ମୀଙ୍କ କୃପା ସବୁବେଳେ ଘର ଉପରେ ରହିଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଜୋତା କିଣିବାକୁ ବି ବାସ୍ତୁ ଶାସ୍ତ୍ରରେ ନିର୍ଦ୍ଧାରିତ ହୋଇଛି ଦିନ । ଏହି ଦିନ ବାଦ ଅନ୍ୟ ଦିନ ଜୋତା, ଚପଲ କିଣିଲେ ଜୀବନରେ ସମସ୍ୟା ଦେଖାଦିଏ ବୋଲି କୁହାଯାଏ ।
ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ମଙ୍ଗଳବାର, ଶନିବାର କିମ୍ବା ଚନ୍ଦ୍ରଗ୍ରହଣ ଓ ଅମାବାସ୍ୟାରେ ଜୋତା ଏବଂ ଚପଲ କିଣିବାଠାରୁ ଦୂରେଇ ରହିବା ଉଚିତ୍। ଏହାଦ୍ୱାରା ଅସୁବିଧା ବଢ଼ିଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଏବଂ ପାଦ ମଧ୍ୟରେ ସମ୍ପର୍କ ଅଛି। ସେଥିପାଇଁ ପୁରାତନ ଯୁଗରୁ ଶନିବାର ଦିନ ଜୋତା ଏବଂ ଚପଲ କିଣିବା ଉଚିତ୍ ନୁହେଁ ବୋଲି କୁହାଯାଇଛି। ଯଦି ଆପଣ ଶନିବାର ଦିନ ଜୋତା ଏବଂ ଚପଲ କିଣୁଛନ୍ତି, ତେବେ ଶନି କ୍ରୋଧିତ ହୋଇଥାନ୍ତି ଓ ଘରେ ଦାରିଦ୍ରତା ଦେଖାଦେଇଥାଏ ।
ସେହିପରି କେଉଁ ଦିନ ନୂତନ ଜୋତା, ଚପଲ କିଣିବା ତଥା ପିନ୍ଧିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ, ସେ ବିଷୟରେ ବି ଉଲ୍ଲେଖ ରହିଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ହିଁ ନୂତନ ଜୋତା ଏବଂ ଚପଲ କିଣିବା ତଥା ପିନ୍ଧିବା ପାଇଁ ଉପଯୁକ୍ତ ଦିନ । ଏହି ଦିନ ନୂଆ ଚପଲ, ଜୋତା କିଣିବା ତଥା ପିନ୍ଧିବା ସମସ୍ତଙ୍କ ପାଇଁ ଶୁଭଦାୟକ ହୋଇଥାଏ ।
ଅବ୍ୟବହୃତ କିମ୍ବା ପୁରୁଣା ଜୋତା ଏବଂ ଚପଲ ଫିଙ୍ଗିବା ବିଷୟରେ ମଧ୍ୟ ଉଲ୍ଲେଖ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଆପଣ ନିଜ ଜୋତା, ଚପଲ ଫିଙ୍ଗିବାକୁ ଚାହୁଁଥିଲେ ଶନିବାର ତାହାକୁ କୌଣସି ଶନି ମନ୍ଦିର ବାହାରେ ରଖି ଦିଅନ୍ତୁ। ଏହି ପ୍ରତିକାର ଦ୍ୱାରା ଶନିଙ୍କ କୋପରୁ ରକ୍ଷା ପାଇପାରିବେ ।
ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଆପଣ ଶୋଇଥିବା ଶଯ୍ୟା ତଳେ ଜୋତା ଏବଂ ଚପଲ ରଖିବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ଶଯ୍ୟାରେ ଶୋଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିଥାଏ । ଏହାବାଦ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟରେ ମଧ୍ୟ ବିବାଦ ଦେଖାଦେଇଥାଏ ।
The post କେଉଁ ଦିନ ଜୋତା, ଚପଲ କିଣିଲେ କୋପ କରିବେ ଶନି, ଜାଣନ୍ତୁ, ବାସ୍ତୁ ଶାସ୍ତ୍ର ନିୟମ appeared first on Odisha Reporter.
from Odisha Reporter https://ift.tt/IGi1Rer
No comments:
Post a Comment