ଝୁଲା ପୋଲ ଦୁର୍ଘଟଣା: ବିଜେପି ସାଂସଦଙ୍କ ୧୨ ସମ୍ପର୍କୀୟ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 30, 2022

ଝୁଲା ପୋଲ ଦୁର୍ଘଟଣା: ବିଜେପି ସାଂସଦଙ୍କ ୧୨ ସମ୍ପର୍କୀୟ ମୃତ

ଅହମ୍ମଦାବାଦ: ଗୁଜରାଟ ମୋର୍ବିରେ ରବିବାର ସନ୍ଧ୍ୟାରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ମଚ୍ଛୁ ନଦୀରେ ହୋଇଥିବା ଏହି ହୃଦୟବିଦାରକ ଦୁର୍ଘଟଣାରେ ବିଜେପି ସାଂସଦଙ୍କ ୧୨ ଜଣ ସମ୍ପର୍କୀୟଙ୍କ ମଧ୍ୟ ଜୀବନ ଯାଇଛି।

ସମ୍ପର୍କୀୟଙ୍କ ମୃତ୍ୟୁ ପରେ ବିଜେପି ସାଂସଦ ମୋହନ ଭାଇ କୁନ୍ଦରିଆ ଅତ୍ୟନ୍ତ ଦୁଃଖିତ ହୋଇପଡିଛନ୍ତି। ସାଂସଦଙ୍କ କହିବା ମୁତାବକ, ଏହି ଦୁର୍ଘଟଣାରେ ସେ ତାଙ୍କ ଭିଣେଇଙ୍କ ଭାଇଙ୍କ ୪ ଝିଅ, ୩ ଜ୍ୱାଇଁ ଓ ୫ ଜଣ ପିଲାଙ୍କୁ ହରାଇଛନ୍ତି। ଏହା ବେଶ୍ ଯନ୍ତ୍ରଣାଦାୟକ ବୋଲି ସାଂସଦ କହିଛନ୍ତି।

ରାଜକୋଟର ସାଂସଦ ମୋହନ ଭାଇ କହିଛନ୍ତି, ଏହି ଦୁର୍ଘଟଣା ବେଶ୍ ଦୁଃଖଦ। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଲୋକଙ୍କ ମୃତଦେହ ଉଦ୍ଧାର ହୋଇସାରିଲାଣି। ପୋଲ ଖୋଲିବାକୁ ଅନୁମତି ନନେଇ ଏହାକୁ ଖୋଲା ଯାଇଛି। ଏଥିପାଇଁ ଏଠାରେ ଉପସ୍ଥିତ ଥିବା ଅଧିକାରୀମାନେ ଦାୟୀ ହୋଇପାରନ୍ତି। ଯାହାର ବି ଭୁଲ୍ ଥାଉ ନା କାହିଁକି ତାଙ୍କୁ ଛଡା ଯିବ ନାହିଁ। କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀ ମୋଦି ଲଗାତର ସମ୍ପର୍କରେ ଅଛନ୍ତି।

ସୂଚନା ମୁତାବକ, ଏହି ଝୁଲା ପୋଲଟିକୁ ମରାମତି ହେବାର ମାତ୍ର ୪ରୁ ୫ ଦିନ ଭିତରେ ଖୋଲିବା ପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିପାଇଁ ଏହାକୁ ନେଇ ପ୍ରଶାସନ ଉପରେ ଅନେକ ପ୍ରଶ୍ନ ଉଠିଛି। ଏହି ବ୍ରିଜର ଫିଟ୍‌ନେସ୍ ସାର୍ଟିଫିକେଟ୍ ମଧ୍ୟ ନଥିବା ଜଣାପଡିଛି।

ଗତକାଲି ହୋଇଥିବା ଦୁର୍ଘଟଣାରେ ପ୍ରାୟ ୧୪୧ ଜଣଙ୍କ ମୃତ୍ୟୁ ହୋଇଛି। ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେବି ଅନେକଙ୍କ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି। ତିନି ସେନାର ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

The post ଝୁଲା ପୋଲ ଦୁର୍ଘଟଣା: ବିଜେପି ସାଂସଦଙ୍କ ୧୨ ସମ୍ପର୍କୀୟ ମୃତ appeared first on Odisha Reporter.



from Odisha Reporter https://ift.tt/iH6WaKT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages