ଋଷିକୂଲ୍ୟା ନଦୀରେ ଭାସିଗଲା ବଡ଼ ଭାଇ,ସାନ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 25, 2022

ଋଷିକୂଲ୍ୟା ନଦୀରେ ଭାସିଗଲା ବଡ଼ ଭାଇ,ସାନ ଉଦ୍ଧାର

ବ୍ରହ୍ମପୁର(ଅଶୋକ ବହ୍ମା): ଋଷିକୂଲ୍ୟା ନଦୀରେ ଗାଧୋଉଥିବା ବେଳେ  ବଡ଼ ଭାଇ ଭାସିଯାଇଥିବା ବେଳେ ସାନକୁ ଉଦ୍ଧାର କରାଯାଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା  ପୁରୁଷୋତ୍ତମପୁର ଷୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ।

ନିଖୋଜ ସୁମିତ ମହାନ୍ତିଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି। ସୁମିତଙ୍କୁ ପ୍ରାୟ ୧୫ ବର୍ଷ ହୋଇଥିଲା।

ଆଜି ସକାଳେ ଦୁଇ ଭାଇ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗୋଧୋଇବା ବେଳେ ଉଭୟେ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଦୁଇ ଭାଇ  ବୁଡ଼ିଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ସାନ ଭାଇକୁ ଉଦ୍ଧାର କରିଥିବା ବେଳେ ବଡ଼ ଭାଇର ଏପର୍ଯ୍ୟନ୍ତ ପତ୍ତା ମିଳି ନାହିଁ। ଅଗ୍ନିଶମ ବାହିନୀ ତାଙ୍କୁ ଖୋଜାଖୋଜି କରୁଛନ୍ତି।  ଘଟଣାସ୍ଥଳରେ ପୁରୁଷୋତ୍ତମପୁର ବିଡ଼ିଓ ଉପସ୍ଥିତ ଅଛନ୍ତି।

The post ଋଷିକୂଲ୍ୟା ନଦୀରେ ଭାସିଗଲା ବଡ଼ ଭାଇ,ସାନ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/xbgH6WF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages