୨୬ ଅକ୍ଟୋବର, ବୁଧବାର, ବ୍ୟବସାୟରେ ଆୟ, ବ୍ୟୟ ସମାନ ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 25, 2022

୨୬ ଅକ୍ଟୋବର, ବୁଧବାର, ବ୍ୟବସାୟରେ ଆୟ, ବ୍ୟୟ ସମାନ ରହିବ

ମେଷ: ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବାରୁ ମନ ଖୁସି ରହିବ ,ସୁସ୍ୱାଦୁ ଭୋଜନ କରିବେ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବା ସହିତ ମାନସମ୍ମାନ ମିଳିବ । ପିଲାମାନଙ୍କର ପାଠପଢାରେ ଉନ୍ନତି ହେବ।

ବୃଷ : ନୂତନ ଅନୁଷ୍ଠାନ ପାଇଁ ମନ ବଳାଇବେ ଓ ବନ୍ଧୁ ସାହାଯ୍ୟ କରିବେ । ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।  ରାଜନୀତି କରୁଥିବା ବ୍ୟକ୍ତିଙ୍କୁ  ଶୁଭଫଳ ମିଳିବ ଓ ଲାଭ ମଧ୍ୟ ପାଇବେ ।

ମିଥୁନ : ବ୍ୟବସାୟରେ ଆୟ ଯେତିକି ହେବ ସେତିକି ଖର୍ଚ୍ଚ ମଧ୍ୟ ହେବ । ସନ୍ତାନମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ ।  ଗଣମାଧ୍ୟମରେ ଥିବା ବ୍ୟକ୍ତି ସଫଳତା ପାଇବେ ।

କର୍କଟ : କର୍ମକ୍ଷେତ୍ରରେ ଅପଦସ୍ତ ହେବେ, ଜଗି ରଖି ଚାଲିବାକୁ ପଡିବ । ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ ନାହିଁ । ସ୍ୱାମୀସ୍ତ୍ରୀ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବ ,ଟିକେ ସତର୍କ ରହିବାକୁ ପଡିବ।

ସିଂହ : ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ।  ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ ଏବଂ ବାକି ପଡିଥିବା ଅର୍ଥ ଆଦାୟ ହେବ । ବହୁଦିନର ଦୁରବନ୍ଧୁଙ୍କ ସହିତ ମିଳନ ହେବ ଓ ସୁସ୍ୱାଦୁ  ଭୋଜନ କରିବେ।

କନ୍ୟା : ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ ନାହିଁ ,ସେଥିପାଇଁ ମନ ବ୍ୟସ୍ତ ରହିବ।  ଆଜି ଦିନ ମଧ୍ୟରେ କୌଣସି ସମସ୍ୟାକୁ ନେଇ ବ୍ୟସ୍ତ ରହିବେ। ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ଦେଖି ବାପାମା’ ଖୁସି ହେବେ ।

ତୁଳା  : ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ପ୍ରାପ୍ତି ହେବ ଓ ପ୍ରତି କାର୍ଯ୍ୟରେ ସଫଳତା ପାଇବେ । ଦୂରସ୍ଥାନକୁ ନୂତନ ବ୍ୟବସାୟ ପାଇଁ ଯାତ୍ରା କରିବେ ଏବଂ ସଫଳତା ପାଇବେ।  ସ୍ୱାମୀସ୍ତ୍ରୀଙ୍କ  ମଧ୍ୟରେ ଉତ୍ତମ ବୁଝାମଣା ରହିବ ଏବଂ ସୁସ୍ୱାଦୁ ଭୋଜନ କରିବେ ।

ବିଛା : କର୍ମକ୍ଷେତ୍ରରେ ଦୂର ସ୍ଥାନକୁ ଯାତ୍ରା କଲେ ସଫଳତା ପାଇବେ ନାହିଁ। ପରିବାରରେ ସୁଖଶାନ୍ତି ମିଳିବ ଓ ଶତ୍ରୁ ମିତ୍ରତାର ହାତ ବଢ଼ାଇବେ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଏବଂ ଚାକିରୀ ସୁଯୋଗ ମିଳିବ ।

ଧନୁ: ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।  ନୂଆ ଲୋକଙ୍କ ସହିତ ସମ୍ପର୍କ ସୁଦୃଢ ହେବ ଓ ମାନସମ୍ମାନ ପ୍ରାପ୍ତି ହେବ । ଦୂରସ୍ଥାନକୁ ଯାତ୍ରା କଲେ ଲାଭ ପାଇପାରିବେ।

ମକର : ଚାକିରୀ ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିଲେ ମଧ୍ୟ କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବେ ।  ବ୍ୟବସାୟୀମାନେ ନୂଆ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେବେ । ମାଙ୍ଗଳିକ  କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ କିନ୍ତୁ ଦୂରସ୍ଥାନକୁ ଯାତ୍ରା କଲେ ଲାଭ ପାଇବେ।

କୁମ୍ଭ: ଆଜି ବ୍ୟବସାୟରେ ଲାଭ ପାଇପାରିବେ ଏବଂ ଦୂର ବନ୍ଧୁଙ୍କ ସହିତ ମିଳନ ହେବ । ସ୍ୱାମୀସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ମଧ୍ୟ ରହିଛି। ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ମିଳିବ ଓ ଘରକୁ ଅତିଥିଙ୍କର ଆଗମନ ହେବ।

ମୀନ: ଦୂରସ୍ଥାନକୁ ଯାତ୍ରା କଲେ ସଫଳତା ମିଳିବ ନାହିଁ ଏବଂ ଶତ୍ରୁ ବୃଦ୍ଧି ହେବେ ।  ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ କିନ୍ତୁ ଘର ପାଇଁ ନୂଆ ଦ୍ରବ୍ୟ କ୍ରୟ କରିବେ। କୌଣସି କଥାକୁ ନେଇ ମନସ୍ତାପ କରିବେ ଯାହାକି ମନ ଚଳଚଞ୍ଚଳ ରହିବ ।

The post ୨୬ ଅକ୍ଟୋବର, ବୁଧବାର, ବ୍ୟବସାୟରେ ଆୟ, ବ୍ୟୟ ସମାନ ରହିବ appeared first on Odisha Reporter.



from Odisha Reporter https://ift.tt/c5i4Dt6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages