ଚେନ୍ନାଇ: ରାଜନୀତିରେ ନେତାମାନଙ୍କୁ ଅନେକ ସମୟରେ ଆରୋପ ପ୍ରତ୍ୟାରୋପ, ଧାରଣା, ବିକ୍ଷୋଭ, ହୋହଲ୍ଲା କରୁଥିବା ଦେଖିବାକୁ ମିଳେ । ହେଲେ ବେଳେ ବେଳେ କିଛି ରୋଚକ ଓ ଭଲ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସେ । ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଚେନ୍ନାଇରୁ। ଅଚାନକ ପରିବା କିଣିବା ପାଇଁ ପରିବା ମାର୍କେଟ୍ରେ ପହଞ୍ଚି ଯାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଶନିବାର ଦିନ ଚେନ୍ନାଇର ମାୟଲାପୁର ଅଞ୍ଚଳରେ ଥିବା ଏକ ପରିବାର ମାର୍କେଟ୍ରେ ହଠାତ ପହଞ୍ଚି ଯାଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପରିବା ମାର୍କେଟ୍ରେ ଅର୍ଥମନ୍ତ୍ରୀଙ୍କୁ ଦେଖି ଲୋକେ ଚକିତ ହୋଇପଡିଥିଲେ। ଏହି ପୂରା ଘଟଣାର ଭିଡିଓକୁ ଅର୍ଥମନ୍ତ୍ରୀଙ୍କ ଅଫିସିଆଲ ଟ୍ୱିଟର୍ ହ୍ୟାଣ୍ଡେଲରୁ ଟ୍ୱିଟ୍ କରାଯାଇଛି।
ଭିଡିଓରେ ନିର୍ମଳା ସୀତାରମଣ ମିଠା ଆଳୁ ତଥା କନ୍ଧମୂଳ ଓ କଳରା କିଣୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେ ପରିବା ମାଣ୍ଡିର ଷ୍ଟ୍ରିଟ୍ ଭେଣ୍ଡରମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇଥିଲେ। ଦେଶରେ ପନିପରିବା ଦର ବୃଦ୍ଧି ପାଇଥିବା ସମୟରେ ଅର୍ଥମନ୍ତ୍ରୀ ପନିପରିବା କିଣିବାକୁ ଖୋଦ୍ ପରିବାର ମାର୍କେଟରେ ପହଞ୍ଚିଥିଲେ।
Some glimpses from Smt @nsitharaman's visit to Mylapore market in Chennai. https://t.co/GQiPiC5ui5 pic.twitter.com/fjuNVhfY8e
— NSitharamanOffice (@nsitharamanoffc) October 8, 2022
ଦେଶରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଭାରତର ଖୁଚୁରା ମୁଦ୍ରାସ୍ଫୀତି ଜୁଲାଇରେ ୬.୭୧ ପ୍ରତିଶତରୁ ଅଗଷ୍ଟରେ ୭ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ସୂଚନାନୁସାରେ, ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି। ଏଥିଯୋଗୁ ଆମଦାନୀକାରୀମାନେ ଖାଇବା ତେଲ ଆମଦାନୀରେ କିଲୋଗ୍ରାମ ପିଛା ୧୦-୧୫ ଟଙ୍କା କ୍ଷତି ସହୁଛନ୍ତି।
The post ପରିବା କିଣିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ appeared first on Odisha Reporter.
from Odisha Reporter https://ift.tt/qJu6YeI
No comments:
Post a Comment