ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ଫୁଟି ବାଳକ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 8, 2022

ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ଫୁଟି ବାଳକ ଗୁରୁତର

କାମାକ୍ଷାନଗର(ବିଦ୍ୟାଧର ବରାଳ): ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ହେବାରୁ ଜଣେ ୧୧ ବର୍ଷର ବାଳକ ଗୁରୁତର ହୋଇଛି।  ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗାଁରେ। ପିଲାଟିକୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପିଲାଟିର ନାଁ ସୁବାଷ ନାୟକ।

ଦଶହରାରେ ରାବଣ ପୋଡ଼ି ହୋଇଥିଲା। ରାବଣ ଦେହରେ ଲଗାଯାଇଥିବା କିଛି ବାଣ ଫୁଟି ନଥିଲା। ତା’ପର ଦିନ ଅର୍ଥାତ  ଶୁକ୍ରବାର ଦିନ ସୁବାଷ  ନିଜ ସାଙ୍ଗମାନଙ୍କ ଠାରୁ ରାବଣପୋଡିରେ ବ୍ୟବହାର କରାଯାଇଥିବା ଅଫୁଟା ବାଣ ଆଣି ଘର ସାମ୍ନାରେ ଫୁଟାଉଥିଲା। ହଠାତ୍ ବାଣ ଫୁଟିଯିବାରୁ ପିଲାଟି ଗୁରୁତର ହୋଇ ପଡିଥିଲା। ତାକୁ ପରିବାରଲୋକେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏବେ ସୁବାଷ ସେଠାରେ ଚିକିତ୍ସାଧୀନ ଅଛି। ସୁବାଷ ଶରୀରର ପ୍ରାୟ ଅନେକ ଅଂଶ ନିଆଁ ଲାଗିବା ଯୋଗୁ ପୋଡି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।

The post ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ଫୁଟି ବାଳକ ଗୁରୁତର appeared first on Odisha Reporter.



from Odisha Reporter https://ift.tt/p93ulZs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages