ଫିଫା ମହିଳା ବିଶ୍ୱକପ୍ ଲାଗି ଭୁବନେଶ୍ୱରରେ ପହଞ୍ଚିଲା ବ୍ରାଜିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 5, 2022

ଫିଫା ମହିଳା ବିଶ୍ୱକପ୍ ଲାଗି ଭୁବନେଶ୍ୱରରେ ପହଞ୍ଚିଲା ବ୍ରାଜିଲ୍

ଭୁବନେଶ୍ୱର: ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଲାଗି ଭୁବନେଶ୍ୱରରେ ପହଞ୍ଚିଲା ବ୍ରାଜିଲ୍ ଟିମ୍। ଗତକାଲି ବ୍ରାଜିଲ୍ ଟିମ୍ ଆସି ପହଞ୍ଚିଥିବା ବେଳେ ଆଜି ଆସିବ ମରୋକୋ ଟିମ୍ । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ୧୧ ତାରିଖ ଦିନ ସାଢ଼େ ୪ଟାରେ ମରୋକ୍କୋ ଟିମ୍ ସହ ଅଭିଯାନ ଆରମ୍ଭ କରିବ ବ୍ରାଜିଲ୍ ଟିମ୍।  ଏପଟେ ଅଣ୍ଡର-୧୭ ଫିଫା ବିଶ୍ୱକପ୍ ପାଇଁ ୨୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି ।

ଆସନ୍ତା ୧୧ ତାରିଖରେ ଆମେରିକା ବିପକ୍ଷରେ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ପରେ ୧୪ ତାରିଖରେ ମରୋକ୍କୋ ଓ ୧୭ରେ ବ୍ରାଜିଲକୁ ଭେଟିବ ଟିମ୍ ଇଣ୍ଡିଆ। ସୂଚନା ଅନୁଯାୟୀ, ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପର ତିନିଟି ମ୍ୟାଚ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଏ ସମସ୍ତ ଗ୍ରୁପ୍‌ ମ୍ୟାଚ୍‌ ଆୟୋଜକ ଭାରତ ଖେଳିବ। ।

ମ୍ୟାଚଗୁଡ଼ିକ ଅକ୍ଟୋବର ୧୧, ୧୪ ଏବଂ ୧୭ ତାରିଖରେ ଖେଳାଯିବ । ଗୋଆରେ ଉଭୟ ସେମିଫାଇନାଲ୍‌ ଖେଳାଯିବାକୁ ଥିଲା ବେଳେ ମେଗା ଫାଇନାଲ୍‌ ଅକ୍ଟୋବର ୩୦ ତାରିଖରେ ନବୀ ମୁମ୍ବାଇଠାରେ ଆୟୋଜିତ ହେବ । ସଂପୂର୍ଣ୍ଣ ପ୍ରତିଯୋଗିତା ଭୁବନେଶ୍ୱର, ଗୋଆ ଏବଂ ନବୀ ମୁମ୍ବାଇ ଭଳି ତିନିଟି ସ୍ଥାନରେ ହିଁ ଖେଳାଯିବ ।

The post ଫିଫା ମହିଳା ବିଶ୍ୱକପ୍ ଲାଗି ଭୁବନେଶ୍ୱରରେ ପହଞ୍ଚିଲା ବ୍ରାଜିଲ୍ appeared first on Odisha Reporter.



from Odisha Reporter https://ift.tt/Bqk47lw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages