ପାଲକକ୍କଡ଼: ଏକ ଟୁରିଷ୍ଟ ବସ୍ ସହ ପ୍ରାଇଭେଟ ବସ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩୫ ଜଣ ଆହତ ହୋଇଛନ୍ତି। କେରଳର ପାଲକ୍କଡ଼ ଜିଲ୍ଲାରେ ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଟୁରିଷ୍ଟ ବସ୍ଟି କେରଳର ସରକାରୀ ବସ୍ ସହ ପିଟି ହୋଇଥିଲା। ଫଳରେ ଟୁରିଷ୍ଟ ବସ୍ରେ ଥିବା ୫ ଜଣ ଛାତ୍ର ଓ ଜଣେ ଶିକଙ୍କ ମୃତ୍ୟୁ ଘଟିଛି। ଏଥିସହ ଉକ୍ତ ବସ୍ରେ ଥିବା ଅନ୍ୟ ୩ ଜଣ ଯାତ୍ରୀଙ୍କ ପ୍ରାଣହାନୀ ଘଟିଛି। ଏହି ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଛନ୍ତି। ଟୁରିଷ୍ଟ ବସ୍ଟି ଛାତ୍ରଛାତ୍ରୀଙ୍କୁ ନେଇ ଏର୍ଣ୍ଣାକୁଲମ ଜିଲ୍ଲାର ବାସାଲିନସରୁ ବିନ୍ଧ୍ୟନିକେତନ ଯାତ୍ରା କରୁଥିଲା। ବସ୍ଟି ତାମିଲନାଡ଼ୁର ଓଟ୍ୟ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ କେରଳର ସରକାରୀ ବସ୍ଟି କୋଏମ୍ବାଟୁର ଅଭିମୁଖେ ଯାତ୍ରା କରୁଥିଲା। ତେବେ ଟୁରିଷ୍ଟ ବସ୍ଟି ସରକାରୀ ବସକୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣାରେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ସରକାରୀ ବସ୍ଟି ରାସ୍ତାରେ ଗୋଟିଏପଟକୁ ଢ଼ଳି ପଡ଼ିଥିଲା। ବସ୍ଟିକୁ ଟାଣିବା ପାଇଁ ସେଠାରେ କ୍ରେନ୍ ମୁତୟନ ହୋଇଛି । ବସ୍ରେ ଯାତ୍ରୀମାନଙ୍କୁ ବାହାର କରି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
The post ବସ ଦୁର୍ଘଟଣା: ୯ ମୃତ, ୩୫ ଆହତ appeared first on Odisha Reporter.
from Odisha Reporter https://ift.tt/wXR9I7a
No comments:
Post a Comment