ଜୟପୁର: ମଝି ଆକାଶରେ ହଇଚଇ। ଚାଇନା ଯାଉଥିବା ଏକ ଇରାନ ବିମାନ ଭିତରେ ବୋମା ଥିବା ସୂଚନା ମିଳିବା ପରେ ଭାରତୀୟ ବାୟୁସେନା ଆଲର୍ଟ ହୋଇଛି। ରାଜସ୍ଥାନର ଜୋଧପୁର ଆକାଶରେ ଯାତ୍ରା କରୁଥିବା ଏହି ବିମାନକୁ ପିଛା କରିଛି ଭାରତୀୟ ବାୟୁ ସେନା। ଭାରତୀୟ ବାୟୁସେନାର ଦୁଇ ଯୁଦ୍ଧ ବିମାନ ଏହି ଇରାନ ଜାହାଜଜୁ ରୋକିବାକୁ ପିଛା କରିଛନ୍ତି। ଉକ୍ତ ଇରାନ ବିମାନରେ ବୋମା ଥିବା ଗୋଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଭାରତୀୟ ବାୟୁ ସେନା ପକ୍ଷରୁ ଦୁଇଟି Su-30MKI ଫାଇଟର ଜେଟ ଏହି ବିମାନକୁ ଘେରାବନ୍ଦୀ କରିବା ଆରମ୍ଭ କରିଛି। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଏହି ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅଟକିବାକୁ ଅନୁମତି ମାଗିଥିଲା। ହେଲେ ବିମାନ ବନ୍ଦର ପକ୍ଷରୁ ଏହି ଅନୁମତିକୁ ଅଗ୍ରାହ୍ୟ କରି ଦିଆଯାଇଥିଲା।
ଏହା ପରେ ଦୁଇଟି ଭାରତୀୟ ଯୁଦ୍ଧ ବିମାନକୁ ଏହା ପଛରେ ମୁତୟନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ବିମାନରେ ବୋମା ନଥିବା ସ୍ପଷ୍ଟ କରାଯାଇଥିଲା। ତେବେ ସମ୍ପୂର୍ଣ୍ଣ ଘଟଣା ଉପରେ ନିଘା ରଖିଥିବା ଗୋଇନ୍ଦା ଏଜେନ୍ସି ବୋମା ନଥିବା ନିଶ୍ଚିତ ହେବା ପରେ ଉକ୍ତ ବିମାନର ଗନ୍ତବ୍ୟସ୍ଥଳ ଚାଇନା ଅଭିମୁଖେ ଛଡ଼ାଯାଇଛି। ତଥାପି ସୁରକ୍ଷା ବଳ ପକ୍ଷୁ ଉକ୍ତ ବିମାନ ଉପରେ ସମ୍ପୂର୍ଣ୍ଣ ନିଘା ରଖାଯାଇଛି।
କାଳେ କିଛି ଅଘଟଣ ଘଟିବ ସେଇ ଆଶଙ୍କାରେ ଚାଇନା ଅଭିମୁଖେ ଯାତ୍ରା କରୁଥିବା ଉକ୍ତ ବିମାନର ଗତିବିଧି ଉପରେ କଡ଼ା ନଜର ରଖାଯାଥିଲା। ଏଥିପାଇଁ ଭାରତୀୟ ଆକାଶ ବାହିନୀର ସମସ୍ତଙ୍କ ଷ୍ଟେସନ ଏବଂ ବେସାମାକ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଆଲର୍ଟ ରଖାଯାଥିଲା। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଇରାନ ବିମାନ ଉପରେ ଏବେ ବି ନିଘା ରଖିଛି ଭାରତୀୟ ବାୟୁ ସେନା।
The post ମଝି ଆକାଶରେ ଛକାପଞ୍ଝା, ବିମାନରେ ବୋମା ଆତଙ୍କ ପରେ ପିଛା କଲା ଭାରତୀୟ ବାୟୁ ସେନା appeared first on Odisha Reporter.
from Odisha Reporter https://ift.tt/WNae0uw
No comments:
Post a Comment