ପାଟନା: ବିହାର ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ପାଇଁ ଲାଗିପଡିଛନ୍ତି ନିର୍ବଚନ ରଣନୀତିଜ୍ଞ ପିକେ ଓରଫ ପ୍ରଶାନ୍ତ କିଶୋର। ଏଥିପାଇଁ ସେ ଆରମ୍ଭ କରିଛନ୍ତି ଜନ ସୁରଜ ପଦଯାତ୍ରା। ବୈଦିକ ମନ୍ତ୍ର ଉଚ୍ଚାରଣ ପରେ ଆଜି ପ୍ରଶାନ୍ତ କିଶୋର ତାଙ୍କ ୩୫୦୦ କିଲୋମିଟର ପଦଯାତ୍ରାକୁ ଆରମ୍ଭ କରିଛନ୍ତି।
ଏହି ଯାତ୍ରା ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ ଅବସରରେ ପଶ୍ଚିମ ଚମ୍ପାରାନର ଭୀତିହାରବା ଗାନ୍ଧୀ ଆଶ୍ରମରୁ ଆରମ୍ଭ ହୋଇଛି। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ମଧ୍ୟ ୧୯୭୧ରେ ଏହି ଠାରୁ ହିଁ ନିଜର ପ୍ରଥମ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଥିଲେ। ପିକେ ଏହି ପଦଯାତ୍ରା ମାଧ୍ୟମରେ ନିଜର ରାଜନୈତିକ ଅସ୍ତିତ୍ୱକୁ ସୁଦୃଢ଼ କରିବାକୁ ଏବଂ ବିହାରରେ ହେବାକୁ ଥିବା ଆଗାମୀ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତି କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି।
ପ୍ରଶାନ୍ତ କିଶୋରଙ୍କ ଏହି ପଦଯାତ୍ରା ୧୨ରୁ ୧୮ ମାସ ଯାଏଁ ଚାଲିବ। ଏହାପରେ ସେ ବ୍ୟାପକ ରୂପେ ରାଜନୀତି କ୍ଷେତ୍ରାରେ ନୂଆ କରି ପାଦ ରଖିବା ନେଇ ସମ୍ଭାବନା ରହିଛି। ପ୍ରଶାନ୍ତ କିଶୋର ନିଜର ଏହି ପଦଯାତ୍ରା ପରେ ପ୍ରତିଟି ପଞ୍ଚାୟତ ଓ ୱାର୍ଡ ଓ ଜିଲ୍ଲାରେ ପହଞ୍ଚିବା ପାଇଁ ଚେଷ୍ଟା କରିବେ। ଆସନ୍ତା ୧୦ ବର୍ଷ ମଧ୍ୟରେ ବିହାରକୁ ଦେଶର ଶ୍ରେଷ୍ଠ ଦଶଟି ରାଜ୍ୟରେ ଅନ୍ତର୍ଭୁକ୍ତ କରିବାକୁ ସଂକଳ୍ପ ନେଇ ଜନ ସୁରଜ ଅଭିଯାନ ଜରିଆରେ ଏହି ପାଦଯାତ୍ରାରେ ଯୋଗଦେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।
ପିକେଙ୍କ ଏହି ପଦଯାତ୍ରାରେ ୫୦୦ଟି ଗାଡିର କନ୍ଭେ ମଧ୍ୟ ସାମିଲ ହେବ। ମିଡିଆ ରିପୋର୍ଟ ଅନୁସାରେ ପିକେ ପାଟନାରୁ ନିଜ ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିବେ। ଏହାସିହତ ଚମ୍ପାରଣ ରାସ୍ତାରେ ପ୍ରାୟ ୧୨ରୁ ଅଧିକ ଛୋଟ ଛୋଟ ସ୍ଥାନରେ ଜନସଭା କରି ଆଗକୁ ବଢ଼ିବେ।
ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ୨୦୧୮ରେ ଜେଡିୟୁରେ ସାମିଲ ହୋଇଥିଲେ। କିନ୍ତୁ ନୀତୀଶ କୁମାରଙ୍କୁ ସେ ସର୍ବସାଧାରଣରେ ସମାଲୋଚନା କରିଥିବାରୁ ତାଙ୍କୁ ୨୦୨୦ରେ ଦଳରୁ ବହିଷ୍କାର କରାଯାଇଥିଲା। ବିଶେଷକରି ଯେତେବେଳେ ନୀତୀଶ କୁମାର ସଂଶୋଧିତ ନାଗରିକତ୍ୱ ଆଇନକୁ ସମର୍ଥନ କରିଥିଲେ ସେତେବେଳେ ପ୍ରଶାନ୍ତ କିଶୋର ତାଙ୍କୁ ସମାଲୋଚନା କରିଥିଲେ।
The post ମନ୍ତ୍ର ପାଠ ପରେ ଜନ ସୁରଜ ପଦଯାତ୍ରାରେ ପିକେ appeared first on Odisha Reporter.
from Odisha Reporter https://ift.tt/7lInRZb
No comments:
Post a Comment