ମଞ୍ଚ ଉପରୁ ହାତ ପତାଇ ଚାନ୍ଦା ମାଗିଲେ ଓମ୍‌ ପ୍ରକାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 1, 2022

ମଞ୍ଚ ଉପରୁ ହାତ ପତାଇ ଚାନ୍ଦା ମାଗିଲେ ଓମ୍‌ ପ୍ରକାଶ

ଲକ୍ଷ୍ନୌ: ପୁଣି ଚର୍ଚ୍ଚାରେ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର। ଏଥିର ସେ ମଞ୍ଚ ଉପରୁ ହିଁ ହାତ ପତାଇ ମାଗିଛନ୍ତି ଚାନ୍ଦା। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶନିବାର ସନ୍ଧ୍ୟାରେ ରାଜଭର ସନ୍ଥକବିରନଗର ଜିଲ୍ଲାରେ ସାବଧାନ ରଥ ନେଇ ପହଞ୍ଚିଥିଲେ। ଏଠାରେ ସେ ଘନଘଟା ବିଧାନସଭା କ୍ଷେତ୍ରର ଏକ ଘରୋଇ ସ୍କୁଲରେ ଜନସଭା କରିଥିଲେ। ଏହାପରେ ସେ ମଞ୍ଚ ଉପରକୁ ହିଁ ନିଜ ଗାମୁଛା ପତାଇ ଚାନ୍ଦା ମାଗିଥିଲେ। ସେ ଦାନ ଆକରେ ଲୋକଙ୍କୁ ୧୦ ଟଙ୍କା ଦେବାକୁ ଦାବି କରିଥିଲେ। ଆଉ ଦାତା ମାନେ ମଧ୍ୟ ନେତାଙ୍କ ଏହି ଡମାଣ୍ଡକୁ ପୂରଣ କରିଥିଲେ। ସେମାନେ ମନଖୋଲି ଦାନ କରିଥିଲେ। ଦାନ କରିବା ପାଇଁ ଲୋକଙ୍କ ଲାଇନ୍‌ ଲାଗିଯାଇଥିଲା।

ମିଡିଆ ରିପୋର୍ଟ ମୁତାବକ, ଓପି ରାଜଭରଙ୍କ ସାବଧାନ ରଥାଯାତ୍ରା ଜାରି ରହିଛି। ଏହି ଯାତ୍ରା ଜରିଆରେ ସେ ଲୋକଙ୍କୁ ସଚେତନ କରିବାକୁ ଚାହୁଁଥିବା କହିଛନ୍ତି। ଜନତା ନିଦରୁ ଉଠନ୍ତୁ ଆଉ ନେତାମାନଙ୍କୁ ପ୍ରଶ୍ନ କରନ୍ତୁ। ଜାତି ଜନଗଣନାକୁ ନେଇ ପ୍ରଶ୍ନ କରନ୍ତୁ। ଯେତେବେଳେ ଏକ ସମ୍ବିଧାନ। ଏକ ରାଷ୍ଟ୍ରପତି, ଏକ ପ୍ରଧାନମନ୍ତ୍ରୀ ଅଛନ୍ତି, ତେବେ କାହିଁକି ଦୁଇଟି ଉପାୟରେ ଶିକ୍ଷା ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଓପି ରାଜଭରଙ୍କ ଏହି ଯାତ୍ରା ଲକ୍ଷ୍ନୌରୁ ବାହାରି ୭୫ଟି ଜିଲ୍ଲା ଦେଇ ପାଟନାର ଗାନ୍ଧୀ ମଇଦାନରେ ଶେଷ ହେବ।

The post ମଞ୍ଚ ଉପରୁ ହାତ ପତାଇ ଚାନ୍ଦା ମାଗିଲେ ଓମ୍‌ ପ୍ରକାଶ appeared first on Odisha Reporter.



from Odisha Reporter https://ift.tt/WlUriNh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages