ଆସନ୍ତାକାଲିଠୁ ଜୟପୁରକୁ ବିମାନ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 29, 2022

ଆସନ୍ତାକାଲିଠୁ ଜୟପୁରକୁ ବିମାନ ସେବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଓଡ଼ିଶାବାସୀଙ୍କ ଲାଗି ଖୁସି ଖବର। ଆସନ୍ତାକାଲି (ଅକ୍ଟୋବର ୩୧) କୋରାପୁଟ ଜିଲ୍ଲା ଜୟପୁରକୁ ଆରମ୍ଭ ହେବ ବିମାନ ସେବା। ପ୍ରତିଦିନ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ବିଶାଖାପାଟଣାକୁ ଚଳାଚଳ କରିବ ବିମାନ। ଇଣ୍ଡିଆଓ୍ୱାନ ଏୟାର ଦ୍ୱାରା ଚଳାଚଳ କରିବାକୁ ଥିବା ଏହି ବିମାନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ବିମାନରେ ୯ଟି ସିଟ୍‌ ରହିବ। ଭୁବନେଶ୍ୱରରୁ ଜୟପୁରକୁ ଭଡ଼ା ୨,୫୦୦ ଟଙ୍କା ରହିଛି। ତେବେ ପ୍ରାରମ୍ଭିକ ଭାବେ ଟିକେଟର ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି।

ବିମାନଟି ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ୱର ବିମାନବନ୍ଦରରୁ ଜୟପୁର ଅଭିମୁଖେ ଉଡ଼ାଣ ଭରିବ। ଅପରାହ୍ନ ଗୋଟାଏ ୨୦ରେ ଏହା ଜୟପୁରରେ ପହଞ୍ଚିବ। ଜୟପୁରରୁ ଏହା ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ।  ଅପରାହ୍ନ ୨ଟା ୩୦ରେ ଏହା ବିଶାଖାପାଟଣାରେ ପହଞ୍ଚିବ।

ଅପରାହ୍ନ ୩ଟାରେ ବିମାନଟି ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁରରେ ପହଞ୍ଚିବ। ୪ଟା ୫ରେ ଏହା ଜୟପୁରରୁ ବାହାରି ୫ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ।

ଜୟପୁରକୁ ବିମାନ ଚଳାଚଳ ଆସନ୍ତାକାଲିଠାରୁ ବାସ୍ତବ ରୂପ ନେବାକୁ ଯାଉଥିବା ବେଳେ ଯାତ୍ରୀମାନେ ବେଶ୍ ଖୁସି ଅଛନ୍ତି। ଆଗାମୀ ଦିନରେ ଉଡ଼ାଣ ସ୍କିମ ଅଧୀନରେ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ୍ ମିଳିଛି। କେବଳ ଡିଜିସିଏର ଅନୁମୋଦନକୁ ଅପେକ୍ଷା କରାଯାଇଛି। ଅନୁମୋଦନ ମିଳିଲେ ଭୁବନେଶ୍ୱରରୁ ଉତକେଲା ଓ ଉତକେଲାରୁ ରାୟପୁର ଯାଏଁ ବିମାନ ଚଳାଚଳ କରିବ। ସେହିପରି ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲାକୁ ମଧ୍ୟ ବିମାନ ଉଡ଼ିବ।  ଭୁବନେଶ୍ୱରରୁ ରାଉରକେଲା ଓ ରାଉରକେଲାରୁ କୋଲକାତା ବିମାନ ଚଳାଚଳ କରିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

The post ଆସନ୍ତାକାଲିଠୁ ଜୟପୁରକୁ ବିମାନ ସେବା appeared first on Odisha Reporter.



from Odisha Reporter https://ift.tt/OoyRw9d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages