ମସ୍କୋ: ୟୁକ୍ରେନ୍ ଓ ରୁଷ ମଧ୍ୟରେ ଗତ ଆଠ ମାସରୁ ଅଧିକ ସମୟ ହେଲା ଯୁଦ୍ଧ ଜାରି ରହିଛି। ଉଭୟ ପକ୍ଷରୁ ହମ୍ଲା ଜାରି ରହିଛି। ଏହାରି ଭିତରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଯାଇଛି। କ୍ରିମିଆ ଉପରେ ଡ୍ରୋନ୍ ଆକ୍ରମଣକୁ ନେଇ ବଡ ଅଭିଯୋଗ ଆଣିଛି ରୁଷ। ଏହି ଆକ୍ରମଣରେ ବ୍ରିଟେନ୍ ସାମିଲ ଥିବା ନେଇ ରୁଷ ଅଭିଯୋଗ କରିଛି।
ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଭିଯୋଗ କରିଛି ଯେ, ବ୍ରିଟେନ୍ର ବିଶେଷଜ୍ଞମାନଙ୍କ ପ୍ରଶିକ୍ଷଣ ଓ ନୀରିକ୍ଷଣରେ ୟୁକ୍ରେନ୍ ଆକ୍ରମଣ କରିଥିଲା। କୃଷ୍ଣ ସାଗର ଯୁଦ୍ଧପୋତସମୂହ ଓ ସେଭାସ୍ତୋପୋଲ୍ ଘାଟିର ବାହ୍ୟ ଓ ଅଭ୍ୟନ୍ତର ମାର୍ଗରେ ଥିବା ବେସାମରିକ ଜାହାଜଗୁଡ଼ିକ ଉପରେ କିଭ୍ ଆତଙ୍କବାଦୀ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୯ଟି ମାନବରହିତ ଏରିଏଲ୍ ହ୍ୱେଇକିଲ୍ ଓ ୭ଟି ସାମୁଦ୍ରିକ ଡ୍ରୋନ୍ ସାମିଲ ହୋଇଥିଲା।
କେବଳ ସେତିକି ନୁହେଁ ସେପ୍ଟେମ୍ବର ୨୬ରେ ବାଲ୍ଟିକ୍ ସାଗରରେ ବିସ୍ଫୋରଣ କରି ‘ନର୍ଡ ଷ୍ଟ୍ରିମ୍ ୧’ ଓ ‘ନର୍ଡ ଷ୍ଟ୍ରିମ୍ ୨’ ଗ୍ୟାସ୍ ପାଇପ୍ଲାଇନ୍ ଧ୍ୱଂସ କରିଦେବା ନିମନ୍ତେ କରାଯାଇଥିବା ଷଡ଼ଯନ୍ତ୍ର ଓ ଆକ୍ରମଣ ଆୟୋଜନରେ ମଧ୍ୟ ବ୍ରିଟିସ୍ ନୌସେନାର ପ୍ରତିନିଧିମାନେ ସମ୍ପୃକ୍ତ ଥିଲେ ବୋଲି ରୁଷ୍ ଅଭିଯୋଗ କରିଛି।
ସେପଟେ ଏହି ଅଭିଯୋଗକୁ ନେଇ ବ୍ରିଟେନ୍ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇନାହିଁ।
The post କ୍ରିମିଆ ଉପରେ ଡ୍ରୋନ୍ ଆକ୍ରମଣ, ବ୍ରିଟେନ୍ ସାମିଲ ଥିବା ନେଇ ରୁଷର ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/yfjVzbs
No comments:
Post a Comment