ଧର୍ମଗଡ଼(ଓଡ଼ିଶା ରିପୋର୍ଟର):କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ଼କର୍ଲାକୋଟ ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଗତ ୩ଦିନରେ ଝାଡ଼ାବାନ୍ତିରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଅନ୍ୟମାନଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଛି। କିଛି ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି।
ଗତକାଲି ଏକ ଡାକ୍ତରୀଟିମ୍ ଗାଁରେ ପହଞ୍ଚି ଅସ୍ଥାୟୀ କ୍ୟାମ୍ପ କରି ଲୋକମାନଙ୍କୁ ଚିକିତ୍ସା କରୁଛନ୍ତି। କେଉଁ କାରଣ ପାଇଁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି, ତାର କାରଣ ଜାଣିବା ପାଇଁ ପାଣିନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏହାସହ ଗାଁରେ ମଧ୍ୟ ବ୍ଲିଚିଂ ପାଉଡର ଛିଞ୍ଚନ କରାଯାଇଛି।
ଗତ ୨ ମାସରେ କଳାହାଣ୍ଡି ଜିଲ୍ଲାରେ ୬ଟି ବ୍ଲକ୍ରେ ଝାଡ଼ାବାନ୍ତି ବ୍ୟାପି ଥିଲା। ପୁଣି ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ଲୋକେମାନେ ଭୟଭୀତ ହୋଇପଡ଼ିଛନ୍ତି।
The post ୩ଦିନରେ ଝାଡ଼ାବାନ୍ତିରେ ଗଲାଣି ୪ଜୀବନ, ୩୩ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/ZobkKra
No comments:
Post a Comment