କୋଲକତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମରେ ବନ୍ଧା ହେଲେ ଟିଏମ୍ସିର ଆଉ ଜଣେ ବିଧାୟକ। ପୂର୍ବରୁ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ବନ୍ଧା ହୋଇଥିବା ବେଳେ ଏବେ ବିଧାୟକ ତଥା ତତ୍କାଳୀନ ବଙ୍ଗଳା ପ୍ରାଥମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ବାନ୍ଧିଛି ଇଡି। ବିଧାୟକ ଭଟ୍ଟାଚାର୍ଯ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଠକେଇ କରିଥିବା ଅଭିଯୋଗ ହୋଇଛି।
ଗତକାଲି ଅପରାହ୍ନରେ ପଚରାଉଚରା ନିମନ୍ତେ ତାଙ୍କୁ କୋଲକତାସ୍ଥିତ ସିଜିଓ କମ୍ପ୍ଲେକ୍ସକୁ ଡକାଯାଇଥିଲା। ସେଠାରେ ତାଙ୍କୁ ଗତକାଲି ରାତି ସାରା ପଚରାଉଚରା କରାଯାଇଥିବା ବେଳେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ।
ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶିକ୍ଷକ ନିଯୁକ୍ତି ସ୍କାମର ଚାର୍ଜସିଟ ଗତ ମାସରେ କୋର୍ଟରେ ଦାଖଲ କରାଯାଇଥିଲା। ଏଥିରେ ମାଣିକ ଭଟ୍ଟାଚାର୍ଯ୍ୟଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା। ଶିକ୍ଷକ ନିଯୁକ୍ତି ନିମନ୍ତେ ହୋଇଥିବା ପରୀକ୍ଷା ଖାତାରେ ମୂଲ୍ୟାୟନ ଜାଗା ଖାଲି ଛାଡ଼ିବାକୁ ମାଣିକ ଭଟ୍ଟାଚାର୍ଯ୍ୟ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ନେଇ ସେ ପାର୍ଥ ଚାଟାର୍ଜୀଙ୍କୁ ଅବଗତ କରାଇଥିଲେ। ଏହାର ପ୍ରମାଣ ମଧ୍ୟ ଚାର୍ଜସିଟ୍ରେ ସଂଲଗ୍ନ ହୋଇଛି ।
ପୂର୍ବରୁ ଶିକ୍ଷକ ନିଯୁକ୍ତି ସ୍କାମରେ ମନ୍ତ୍ରୀ ପାର୍ଟ ଚାଟାର୍ଜୀଙ୍କ ସମତେ ତାଙ୍କ ମହିଳା ବନ୍ଧୁ ଅର୍ପିତାଙ୍କୁ ଗିରଫ କରାଯାଇଥିଲା। ଏଥିସହ ଅର୍ପିତାଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିଲା। ଏହାପରେ ଏହି ଘଟଣାରେ ଟିଏମ୍ସିର ଆଉ ଜଣେ ବିଧାୟକ ଇଡି ଫାସରେ ପଡ଼ିଥିବା ବେଳେ ଦଳରେ ଛନକା ପଶି ଯାଇଛି।
The post ଶିକ୍ଷକ ନିଯୁକ୍ତି ସ୍କାମ, ବନ୍ଧା ହେଲେ ଟିଏମ୍ସିର ଆଉ ଜଣେ ବିଧାୟକ appeared first on Odisha Reporter.
from Odisha Reporter https://ift.tt/mzBUkRE
No comments:
Post a Comment