ମୁମ୍ବାଇ: ସରୁନି ମହାରାଷ୍ଟ୍ରର ରାଜନୈତିକ ସଙ୍କଟ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଦେବେନ୍ଦ୍ର ଫଡନାଭିସ ଦେଇପାରନ୍ତି ଝଟ୍କା। ଶିବସେନାର ୪୦ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୨୨ ଜଣ ବିଜେପିରେ ସାମିଲ ହୋଇପାରନ୍ତି। ଏନେଇ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାର ପତ୍ରିକା ‘ସାମନା’ରେ ଦାବି କରାଯାଇଛିି।
ଏକନାଥ ସିନ୍ଦେଙ୍କୁ ମୁଖମନ୍ତ୍ରୀ କରିବା ବିଜେପିର ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଯେକୌଣସି ମୂହୁର୍ତ୍ତରେ ଯାଇପାରେ ବୋଲି ନିଜ ସାପ୍ତାହିକ କଲମରେ ଶବସେନା ପକ୍ଷରୁ ଦାବି ହୋଇଛି।
ପତ୍ରିକା ସାମନାରେ କୁହାଯାଇଛି ଯେ, ମହାରାଷ୍ଟ୍ରର ଗ୍ରାମ ପଞ୍ଚାୟତ ଓ ସରପଞ୍ଚ ନିର୍ବାଚନରେ ସିନ୍ଦେ ଦଳର ସଫଳତା ମିଛ। ବିଜେପି ନିଜ ସ୍ୱାର୍ଥ ପାଇଁ ସିନ୍ଦେଙ୍କୁ ବ୍ୟବହାର କରୁଛି ବୋଲି ଶିବସେନା ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ସିନ୍ଦେଙ୍କ ଅବଦାନ ଦୃଶ୍ୟମାନ ନୁହେଁ। ସିନ୍ଦେଙ୍କ ବଦଳରେ ଦେବେନ୍ଦ୍ର ଫଡନାଭିସ ଚାରିଆଡେ ଦୃଶ୍ୟମାନ ହେଉଛନ୍ତି। ଦିଲ୍ଲୀରେ ସିନ୍ଦେ କୌଣସି ପ୍ରଭାବ ନାହିଁ।
ସିନ୍ଦେଙ୍କ ଗୋଷ୍ଠୀର ୨୨ ବିଧାୟକ ହେବ ଅସନ୍ତୁଷ୍ଟ ଅଛନ୍ତି। ଏହି ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ବିଜେପିରେ ସାମିଲ ହେବ ବୋଲି ସ୍ପଷ୍ଟ ହୋଇଛି।
The post ସିନ୍ଦେଙ୍କୁ ଝଟ୍କା! ବିଜେପିରେ ସାମିଲ ହୋଇପାରନ୍ତି ୨୨ ଶିବସେନା ବିଧାୟକ appeared first on Odisha Reporter.
from Odisha Reporter https://ift.tt/NVUIKva
No comments:
Post a Comment