ଟ୍ରେନ୍‌ ଆଗକୁ ଡେଇଁଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଲେଖିଦେଲେ- ମୋ’ ମୃତ୍ୟୁ ପାଇଁ ୪ ଜଣ ଦାୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 17, 2022

ଟ୍ରେନ୍‌ ଆଗକୁ ଡେଇଁଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଲେଖିଦେଲେ- ମୋ’ ମୃତ୍ୟୁ ପାଇଁ ୪ ଜଣ ଦାୟୀ

ସମ୍ବଲପୁର( ସଞ୍ଜୟ ଜେନା):  ମାତ୍ର ୪ ମାସ ତଳେ ହାଇସ୍କୁଲର ପ୍ରଧାନଶିକ୍ଷକ ପକ୍ଷରୁ ଅବସର ଗ୍ରହଣ କରିଥିଲେ। ପାରିବାରିକ ଜୀବନରେ ସୁଖଶାନ୍ତି ସହ ଚଳିବା ବି ସ୍ୱଚ୍ଛଳ ଥିଲା । ହେଲେ ହଠାତ୍‌ ଘଟିଗଲା ଅଘଟଣ । ଆଜି ସକାଳୁ ସକାଳୁ ରେଳ ଧାରଣାରୁ ମିଳିଲା ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ । ଏପରି ଚାଞ୍ଚଲ୍ୟକର ଘଟଣା ସମ୍ବଲପୁର ଜିଲ୍ଲା ସିଟି ଷ୍ଟେସନ ନିକଟରେ ଘଟିଛି । ମୃତ ଶିକ୍ଷକଜଣକ ହେଉଛନ୍ତି ଟାମ୍ପରକେଲା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ।

କ୍ଷୀରୋଦ ନାଥ ଗତ ଜୁନ୍‌ ମାସରେ ନିଜ ଚାକିରିରୁ ଅବସର ନେଇଥିଲେ। ଆଜି ସକାଳେ ଏକ ସାଇକେଲ ଯୋଗେ ସିଟି ଷ୍ଟେସନ ନିକଟରେ ପହଞ୍ଚିଥିଲେ। ସେଠାରେ ସେ ସାଇକେଲ ଥୋଇଥିବା ବେଳେ ଅପରପାର୍ଶ୍ୱକୁ ଯାଇ ଚପଲ ଓ ଏକ ସୁଇସାଇଡ ନୋଟ ରଖିଥିଲେ। ଏହାପରେ ସେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏକ ସୁଇସାଇଡ ନୋଟ ଜବତ କରିଛି। ଉକ୍ତ ସୁଇସାଇଡ ନୋଟରେ ଟାମ୍ପରକେଲା ହାଇସ୍କୁଲର ୪  କର୍ମଚାରୀଙ୍କ ନାଁ ଲେଖାଅଛି। ଏପରିକି ମୋ’ ଆତ୍ମହତ୍ୟା ପାଇଁ ଏହି ୪ ଜଣ ଦାୟୀ ବୋଲି ଉଲ୍ଲେଖ କରିଛନ୍ତି କ୍ଷୀରୋଦ ନାଥ  । ଉକ୍ତ ୪ କର୍ମଚାରୀ ହେଲେ ଟାମ୍ପରକେଲା ହାଇସ୍କୁଲର  ସୁବଳ ବାରିକ, ମୁରାରୀ ପ୍ରସାଦ ପଟେଲ, ଜଗଦୀଶ ସାହୁ ଓ ସଞ୍ଜୀବ ପଟେଲ ।

କ୍ଷୀରୋଦ ନାଥଙ୍କ ସୁଇସାଇଡ ନୋଟରେ ଉଲ୍ଲେଖ ଅଛି, ମୋ’ ମୃତ୍ୟୁ ପାଇଁ ହାଇସ୍କୁଲର  ସୁବଳ ବାରିକ, ମୁରାରୀ ପ୍ରସାଦ ପଟେଲ, ଜଗଦୀଶ ସାହୁ ଓ ସଞ୍ଜୀବ ପଟେଲ ଦାୟୀ ଅଟନ୍ତି । ସେମାନେ ସଂଘବଦ୍ଧ ଭାବେ ଯୋଜନା କରି ମୋତେ ଫସାଇବାକୁ ଚେଷ୍ଟା କରୁଥିଲେ। ମୁଁ ଏହି ଖଳନାୟକମାନଙ୍କର ଶିକାର ହେଲି । ସୁବଳ ବାରିକ ଓ ଜଗଦିଶ ସାହୁ ଏହି ଷଡଯନ୍ତ୍ରୀର ମୁଖ୍ୟ ନାୟକ । ମୋ’ ସରଳତାର ସୁଯୋଗ ନେଇ ଅନେକ ସମୟରେ ସେମାନେ ମୋତେ ଅପଦସ୍ତ କରିଛନ୍ତି। ତେଣଉ ଏହି ଭଦ୍ରମୁଖାଧାରୀଙ୍କୁ ଉଚିତ ଶାସ୍ତି ମିଳୁ । ମୋର ପରିବାର ପ୍ରତି ଉଚିତ ନ୍ୟାୟ ବିଚାର କରାଯାଉ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। କ୍ଷୀରୋଦ ନାଥ ସ୍ଥାନୀୟ ଅଞ୍ଚଳର ଜଣେ ବୁଦ୍ଧୀଜୀବୀ ହୋଇଥିବା ବେଳେ ତାଙ୍କୁ ଉକ୍ତ ୪ ଜଣ କାହିଁକି ଓ କିପରି ଫସାଉଥିଲେ, ଏହାର ପଛରେ କାହା ସ୍ୱାର୍ଥ ଅଛି ତାହାର ତଦନ୍ତ ଆରମ୍ଭ ହୋଇଛି। ଏନେଇ କ୍ଷୀରୋଦ ନାଥଙ୍କ ପରିବାର ସଦସ୍ୟଙ୍କ ମତାମତ ମିଳିପାରିନି।

The post ଟ୍ରେନ୍‌ ଆଗକୁ ଡେଇଁଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଲେଖିଦେଲେ- ମୋ’ ମୃତ୍ୟୁ ପାଇଁ ୪ ଜଣ ଦାୟୀ appeared first on Odisha Reporter.



from Odisha Reporter https://ift.tt/sN3W6KZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages