ତନ୍ଦୁରୀ ଆଳୁ ମସାଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 3, 2022

ତନ୍ଦୁରୀ ଆଳୁ ମସାଲା

ଆବଶ୍ୟକ ସାମଗ୍ରୀ: ଆଳୁ, ରିଫାଇନ, ବଡ଼ ଗୁଜରାତି, ଧନିଆପତ୍ର, କସ୍ତୁରୀ ମେଥି, ହେଙ୍ଗୁ, ଲୁଣ, ଲଙ୍କା ଗୁଣ୍ଡ ହଳଦୀ, ତନ୍ଦୁରୀ ଚିକେନ ମସାଲା, , କିଚେନ କିଙ୍ଗ ମସାଲା, ଗରମ ମସାଲା, ଦହି, ଟମାଟୋ ପ୍ୟୁରି, ଘିଅ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ସିଝାଇ ରଖି ଦିଅନ୍ତୁ। ଏହାପରେ କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଗୁଜରାତି, ଧନିଆପତ୍ର, କସ୍ତୁରୀ ମେଥି, ହେଙ୍ଗୁ ପକାଇ ସ୍ଲୋ ଫ୍ଲେମରେ ଭାଜନ୍ତୁ । ଏହାପରେ ସେଥିରେ ଅଦା ରସୁଣ ପେଷ୍ଟ ପକାଇ ଗୋଳାଇ ଦିଅନ୍ତୁ। ଏହା ହାଲକା ଲାଲ ହେବା ପରେ ସେଥିରେ କଟା ହୋଇଥିବା ପିଆଜ ପକାନ୍ତୁ।  ଏହାପରେ ସେଥିରେ କଶ୍ମୀର ଲାଲ ଲଙ୍କା, ଲୁଣ,ହଳଦି,  ତନ୍ଦୁରୀ ମସଲା,  ଓ ଗରମ ମସାଲା ପକାନ୍ତୁ। ଏହାପରେ ସେଥିରେ ଟମାଟୋ ପ୍ୟୁରି ପକାଇ ଦିଅନ୍ତୁ। ପରେ ଗ୍ୟାସ୍‌କୁ ସ୍ଲୋ ଫ୍ଲେମରେ ରଖନ୍ତୁ। କିଛି ସମୟ ପରେ ମସଲାକୁ ଗୋଳାଇ ସେଥିରେ  ଦହି ପକାନ୍ତୁ। ଏହାଭୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଛୋଟ ଛୋଟ ଖଣ୍ଡ ସିଝା ଆଳୁ ଓ କିଛି ପାଣି ପକାଇ ଗୋଳାଇ ଦିଅନ୍ତୁ।  ଏହାକୁ କିଛି ସମୟ ପାଇଁ  ଢାଙ୍କି ଦିଅନ୍ତୁ । କିଛି ସମୟ ପରେ ଢାଙ୍କୁଣୀକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ତନ୍ଦୁରୀ ଆଳୁ ମସାଲା ।

The post ତନ୍ଦୁରୀ ଆଳୁ ମସାଲା appeared first on Odisha Reporter.



from Odisha Reporter https://ift.tt/vzFmHO9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages