କିବ୍: ରୁଷ ଅଧିକୃତ ଅଞ୍ଚଳ ଭିତରେ ପସିଲା ୟୁକ୍ରେନ୍ ସେନା। ଏହି ଦୁଇ ଦେଶ ଭିତରେ ଆରମ୍ଭ ହୋଇଥିବା ଯୁଦ୍ଧର ପରବର୍ତ୍ତି ସମୟରେ ୟୁକ୍ରେନ୍କୁ ଏଭଳି ବଡ଼ ସଫଳତା ମିଳିଥିବା କୁହାଯାଉଛି। ଏହାକୁ ରୁଷ ସେନା ମଧ୍ୟ ସ୍ୱୀକାର କରିଛି। ରୁଷ ସେନା ପକ୍ଷରୁ କୁହାଯାଇଛି, ୟୁକ୍ରେନ୍ର ଏକ ଟ୍ୟାଙ୍କ ସେନା ସହ ପସି ଆସି ନୀପ୍ରୋ ନଦୀର ପଶ୍ଚିମ କୂଳବର୍ତ୍ତି ବହୁ ଗାଁଗୁଡ଼ିକୁ କବ୍ଜା କରିଛି। ତେବେ ଏହି ଘଟଣାରେ କ’ଣ ଲାଭ ମିଳିଛି ସେନେଇ ୟୁକ୍ରେନ୍ ପକ୍ଷରୁ କିଛି ବି ସ୍ପଷ୍ଟ କରାଯାଇନି।
ଏନେଇ ରୁଷ ପକ୍ଷରୁ ଏହି ଅଞ୍ଚଳରେ ଅବସ୍ଥାପିତ ନେତା ଭ୍ଲାଦିମିର ସାଲଦି କହିଛନ୍ତି, ୟୁକ୍ରେନ୍ ସେନା ଡୁଡଚାନେ ସହର ସହିତ ନୀପ୍ରୋ ନଦୀର ପଶ୍ଚିମ କୂଳରେ ଅବସ୍ଥିତ ଅନେକ ଗାଁ ଅଧିକାର କରି ନେଇଛି। ଏହି ଅଞ୍ଚଳ ଦୁଇ ଦେଶକୁ ବିଭକ୍ତ କରିଥାଏ। ଯାହା ୟୁକ୍ରେନର ଖେରସନ୍ ଅଞ୍ଚଳ ଭିତରେ ଯାଉଛି।
ସୂଚନା ଥାଉକି, ମସ୍କୋ ପକ୍ଷରୁ ଆଣବିକ ଆକ୍ରମଣ ଧମକ୍ ସତ୍ତ୍ୱେ ଏହାକୁ ଖାତିର ନ କରି ୟୁକ୍ରେନ୍ ସେନା ନିଜର ପୂର୍ବ ଅଞ୍ଚଳ ଫେରି ପାଇବାକୁ ଗୋଡ଼ ବଢ଼ାଇଛି। ରୁଷ ଦଖଲ କରି ନେଇଥିବା ଅଞ୍ଚଳକୁ ୟୁକ୍ରେନ୍ ପୁନଃ ନିଜ କବ୍ଜାକୁ ଆଣି ବିକାଶ କାର୍ଯ୍ୟ କରିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଭରସା ଦେଇଚାଲିଛନ୍ତି। ଯାହାର ଭିଡ଼ିଓ ଦେଖିବାକୁ ମିଳିଛି।
The post ରୁଷ ଅଧିକୃତ ଅଞ୍ଚଳ କବ୍ଜା କଲା ୟୁକ୍ରେନ୍ ସେନା appeared first on Odisha Reporter.
from Odisha Reporter https://ift.tt/TGL68tr
No comments:
Post a Comment