ରାଜନୈତିକ ହାତ ବାରିସି ନୁହେଁ ଇଡି: ନିର୍ମଳା ସୀତାରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 15, 2022

ରାଜନୈତିକ ହାତ ବାରିସି ନୁହେଁ ଇଡି: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅନେକ ନେତାଙ୍କ ଉପରେ ତଦନ୍ତକାରୀ ସଂସ୍ଥା ଇଡିର ଆକ୍ସନ ପରେ କେନ୍ଦ୍ର ସରକାର ସିବିଆଇ ଓ ଇଡିର ଦୂରୁପଯୋଗ କରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ କରିଆସୁଛନ୍ତି ବିରୋଧୀ। ରାଜନୈତିକ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ଇଡିକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଏବେ ଖଣ୍ଡନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ନିର୍ମଳା ସୀତାରମଣ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଜନୈତିକ ହାତ-ବରିସି ନୁହେଁ। ଇଡି ସମ୍ପୂର୍ଣ୍ଣ ସ୍ୱାଧୀନତା ଭିତରେ ରହି କାର୍ଯ୍ୟ କରୁଛି। ଏପର୍ଯ୍ୟନ୍ତ ଯେଉଁସବୁ ପଦକ୍ଷେପ ନେଇଛି ସମ୍ପୂର୍ଣ୍ଣ ସ୍ୱାଧିନତାର ସହ ନେଇଛି। ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଥିବା ସୀତାରମଣ ୱାଶିଂଟନ ଡିସିରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଏପରି କହିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଇଡି ଯାହା କରିଛି ସମ୍ପୂର୍ଣ୍ଣ ସ୍ୱାଧୀନତାର ସହ କରିଛି। ଏହା ଏମିତି ଏକ ଏଜେନ୍ସି ଯାହା ଅପରାଧିକ କାର୍ଯ୍ୟକଳାପର ପୂର୍ବ ସୂଚନା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଏ। ଏପରି କିଛି ଉଦାହରଣ ରହିଛି ଯାହାକୁ ଆଲୋଚନା ଭିତରେ ରହିଛି। କିଛି ନା କିଛି ପ୍ରମାଣ ପାଇଥିବାରୁ ‘ଇଡି’ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି ବୋଲି ସୀତାରମଣ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ‘ଜି୨୦’ ଏବଂ ତା’ର ଗୁରୁତ୍ୱ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଅନେକ ‘ଜି୨୦’ ସଦସ୍ୟମାନଙ୍କ ସହିତ ଆମେ ଦ୍ୱିପାକ୍ଷିକ ଆଲୋଚନା କରିଛୁ। ସବୁ ସମସ୍ୟାକୁ ଠିକଣା ବାଟରେ ପରିଚାଳନା କରିବା ଲାଗି ସଦସ୍ୟମାନଙ୍କ ସହ ମିଶି କାମ କରିବାକୁ ପଡ଼ିବ।

The post ରାଜନୈତିକ ହାତ ବାରିସି ନୁହେଁ ଇଡି: ନିର୍ମଳା ସୀତାରମଣ appeared first on Odisha Reporter.



from Odisha Reporter https://ift.tt/7axSifO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages