ଇରାନ: ଥମୁନି ହିଜାବ ବିରୋଧୀ ବିକ୍ଷୋଭ। ଇରାନରେ ଦିନକୁ ଦିନ ଏହା ଉଗ୍ର ହେବାରେ ଲାଗିଛି। ଅନେକ ବିକ୍ଷୋଭକାରୀଙ୍କୁ ପୁଲିସ ଉଠାଇ ନେଇ ଜେଲରେ ବନ୍ଦୀ କରିଛି । ଯେଉଁ ଜେଲରେ ବିକ୍ଷୋଭକାରୀଙ୍କୁ ରଖାଯାଇଥିଲା ଏବେ ସେହି ଜେଲ୍ରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଜେଲ୍ ଭିତରେ ଅଗ୍ନିକାଣ୍ଡ ଘଟିବା ସହ ଫାୟାରିଂ ମଧ୍ୟ ହୋଇଛି।
ଇରାନର ରାଜଧାନୀ ତେହରାନର କୁଖ୍ୟାତ ଇଭିନ୍ ଜେଲ୍ ଭିତରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଇରାନର ଅନେକ ରାଜନୈତିକ ନେତା ଏବଂ ସରକାରୀ ବିରୋଧୀ କାର୍ଯ୍ୟକର୍ତ୍ତାଙ୍କୁ ଏହି କାରାଗାରରେ ରଖାଯାଇଛି। ଏହା ବ୍ୟତୀତ ଏଠାରେ ଗୁଳି ମାଡର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି। ହିଜାବ ବିବାଦ ଏବଂ ପୁଳିସ ହେପାଜତରେ ମହସା ଆମିନୀଙ୍କ ମୃତ୍ୟୁର ପାଞ୍ଚ ସପ୍ତାହ ପରେ ଏହି ଘଟଣା ସାମ୍ନାକୁ ଆସିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି । ପ୍ରଶାସନ ଅନୁଯାୟୀ ଜେଲ୍ରେ ଲାଗିଥିବା ନିଆଁକୁ ଆୟତ କରାଯାଇଛି।
Gunshots can be heard from Evin Prison and smoke can be seen.#MahsaAmini #IranRevolution#مهسا_امینیpic.twitter.com/ut5Ds0Oup9
— 1500tasvir_en (@1500tasvir_en) October 15, 2022
ଜେଲରେ ନିଆଁ ଲାଗିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଇରାନ୍ର ଜଣେ ସାମ୍ବାଦିକ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏହି ଘଟଣାର ପୂରା ଭିଡିଓକୁ ଶେଆର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, ଏହି କୁଖ୍ୟାତ ଜେଲ୍ ଭିତରେ ନିଆଁ ଲାଗିଛି । ଗୁଳି ମାଡର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି। କଏଦୀମାନଙ୍କ ଜୀବନ ବିପଦରେ ଅଛି। କଏଦୀମାନଙ୍କ ପରିବାର ଲୋକେ ଭୟଭୀତ ହୋଇପଡିଛନ୍ତି।
ଏହି ଜେଲଟି ତେହେରାନର ନିମ୍ନ ଉତ୍ତର ଅଞ୍ଚଳରେ ଅବସ୍ଥିତ। ମହସା ଆମିନୀଙ୍କ ମୃତ୍ୟୁକୁ ବିରୋଧ କରୁଥିବା ଅଧିକାଂଶ ଲୋକଙ୍କୁ ଏହି ଜେଲରେ ରଖାଯାଇଛି। ରାଜନୈତିକ କଏଦୀଙ୍କ ପ୍ରତି ଅସଦାଚରଣ ତଥା ‘ମାନବିକ ଅଧିକାରର ଗୁରୁତର ଉଲ୍ଲଂଘନ’ ହେତୁ ଏହି ଜେଲକୁ ୨୦୧୮ରେ ଆମେରିକା ଦ୍ୱାରା କଳା ତାଲିକାଭୁକ୍ତ କରାଯାଇଥିଲା।
The post ଜେଲ ଭିତରେ ଅଗ୍ନିକାଣ୍ଡ, ଫାୟାରିଂ appeared first on Odisha Reporter.
from Odisha Reporter https://ift.tt/tAsD75K
No comments:
Post a Comment