ନୂଆଦିଲ୍ଲୀ: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ। ଗୋଆରେ ଭାରତୀୟ ନେଭିର MIG-29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍। ତାଙ୍କ ଅବସ୍ଥା ସ୍ଥିର ରହିଛି । ଏନେଇ ଭାରତୀୟ ନୌସେନା ସୂଚନା ଦେଇଛି।
ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାର ତଦନ୍ତ ପାଇଁ ବୋର୍ଡ ଅଫ୍ ଇନକ୍ୱାରୀ (BOI) କୁ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା କହିଛି।
ଉଲ୍ଲେଖଯୋଗ୍ୟ, ୨୬ ନଭେମ୍ବର ୨୦୨୦ରେ ମଧ୍ୟ ଗୋଆ ଉପକୂଳ ନିକଟରେ MIG-29K ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନର ଟର୍ବୋ ଚାର୍ଜର, ଇନ୍ଧନ ଟ୍ୟାଙ୍କ, ୱିଙ୍ଗ, ଇଞ୍ଜିନ ସମେତ କିଛି ଭଗ୍ନାବଶେଷ ମିଳିଥିଲା ।
ଋୁଷ ନିର୍ମିତ ଏହି ବିମାନ ଆଇଏନ୍ଏସ୍ ବିକ୍ରମାଦିତ୍ୟରୁ ଉଡାଣ ଭରିଥିଲା । ସନ୍ଧ୍ୟା ପ୍ରାୟ ୫ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
A MiG 29K fighter aircraft crashed over sea on a routine sortie off Goa coast after it developed a technical malfunction while returning to base. Pilot ejected safely & was recovered in a swift search & rescue operation. Pilot is reported to be in a stable condition: Indian Navy pic.twitter.com/CDyC1wBUHI
— ANI (@ANI) October 12, 2022
The post ଭାରତୀୟ ସେନା ବିମାନ MIG-29K ଦୁର୍ଘଟଣା ଗ୍ରସ୍ତ appeared first on Odisha Reporter.
from Odisha Reporter https://ift.tt/fQxu6KI
No comments:
Post a Comment