ଭାରତ ଆସିଲେ ଆତ୍ମହତ୍ୟା କରିବେ ନୀରବ ମୋଦି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 11, 2022

ଭାରତ ଆସିଲେ ଆତ୍ମହତ୍ୟା କରିବେ ନୀରବ ମୋଦି?

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଘାରିଛି ଭୟ। ଭାରତ ଆସିଲେ ତାଙ୍କୁ ହତ୍ୟା କରାଯିବ କିମ୍ବା ସେ ଆତ୍ମହତ୍ୟା କରିବେ। ଯାହା ବି ହେଉ ଜେଲ ଭିତରେ ତାଙ୍କର ମୃତ୍ୟୁ ହେବ ବୋଲି ଲଣ୍ଡନରେ ବନ୍ଦୀ ଥିବା ନୀରବ ମୋଦି ତାଙ୍କ ମାନସିକ ରୋଗ ବିଶେଷଜ୍ଞଙ୍କୁ କହିଛନ୍ତି।

ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟାର୍ପଣରେ ଆତ୍ମହତ୍ୟା ଆଶଙ୍କାକୁ ନେଇ ମଙ୍ଗଳବାର ଲଣ୍ଡନ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ବେଳେ ‘ୱାଣ୍ଡ୍‌ସ୍‌ୱର୍ଥ’ କାରାଗାରରେ ତାଙ୍କର ଯାଂଚ କରୁଥିବା ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର୍ ଆଣ୍ଡ୍ରିଉ ଫରେଷ୍ଟର୍ ହାଇକୋର୍ଟକୁ କହିଛନ୍ତି ଯେ, ନୀରବ ମୋଦି ଯଦି ଭାରତ ଯାଆନ୍ତି ତାଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯିବ। ସେଠାରେ ବନ୍ଦି ଥିବା କିଛି କଏଦୀମାନେ କବାଟ ହ୍ୟାଣ୍ଡେଲ ଓ ପାଣି ଟ୍ୟାପ୍‌ରେ ପୂର୍ବରୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କଥା ନୀରବ ମୋଦି ଜାଣିଛନ୍ତି।

କୋର୍ଟ କହିଛନ୍ତି ଯେ, ପ୍ରତ୍ୟର୍ପଣ କଥା ଉଠିଲେ ‌ନୀରବ କେବଳ ହତ୍ୟା ଓ ଫାଶୀ ଦେବା କଥା ଚିନ୍ତାକରୁଛନ୍ତି। ତାଙ୍କର ମାନସିକ ବିକାର ଏତେ ବଢ଼ିଯାଇଛି ଯେ, ତାଙ୍କୁ ଦୁଇଥର ଡାକ୍ତରଖାନାକୁ ସ୍ଥାନାନ୍ତର ଓ ଚାରିଥର ଜେଲ୍‌ର ‘ସୁସାଇଡ୍ ୱାଚ୍‌’ରେ ରଖାଗଲାଣି।

ନୀରବ ମୋଦିଙ୍କ ଜେଲ୍ ରହଣି ବାବଦରେ ଭାରତ ସରକାରଙ୍କ ପ୍ରତିଶ୍ରୁତିକୁ ସମାଲୋଚନା କରି ଫରେଷ୍ଟର୍ କହିଛନ୍ତି, ଜେଲ୍‌ରେ ବ୍ୟକ୍ତିଗତ ସୁବିଧା ଯୋଗାଇବାର ବ୍ୟବସ୍ଥା ନାହିଁ। ଏହାଛଡ଼ା, ଭାରତୀୟ ଜେଲ୍‌ଗୁଡ଼ିକରେ ଆତ୍ମଘାତୀ ଉଦ୍ୟମ ରୋକିବାର କୌଣସି ନୀତି ନିୟମ ବି ନାହିଁ।

କିନ୍ତୁ, ଭାରତ ତରଫରୁ ନିଯୁକ୍ତ ଓକିଲ ହେଲେନ୍ ମାଲ୍‌କମ୍ କେ.ସି. ଅଦାଲତଙ୍କୁ କହି‌ଛନ୍ତି ଯେ, ନୀରବ ସେଠାରେ ଅବାଧରେ ଘରୋଇ ମାନସିକ ରୋଗ ବିଶେଷଜ୍ଞଙ୍କୁ ଡକାଇ ପାରିବେ। ତାଙ୍କ ପ୍ରକୋଷ୍ଠରେ ଆଉ ଜଣେ କଏଦୀ ବି ରହିବେ। ଓକିଲମାନେ ତାଙ୍କୁ ଦୈନିକ ଭେଟିପାରିବେ। ଜେଲ୍‌ରେ ସପ୍ତାହକୁ ଥରେ ସେ ତାଙ୍କର ପରିବାରବର୍ଗଙ୍କୁ ମଧ୍ୟ ଭେଟିପାରିବେ।

ଉଲ୍ଲେଖଯୋଗ୍ୟ, ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ୍‌ରୁ ୧୩,୦୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ୫୧ ବର୍ଷିୟ ପଳାତକ ଘୋଷିତ ନୀରବ ମୋଦିଙ୍କୁ ଭାରତକୁ ଆଣିବା ଲାଗି ସରକାର ଉଦ୍ୟମ କରୁଛନ୍ତି। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଉ ବୋଲି ନିମ୍ନ ଅଦାଲତ ଦେଇଥିବା ରାୟକୁ ଚାଲେଞ୍ଜ୍ କରି ନୀରବ ମୋଦି ଲଣ୍ଡନ ହାଇକୋର୍ଟରେ ମୋକଦ୍ଦମା ଲଢୁଛନ୍ତି।

The post ଭାରତ ଆସିଲେ ଆତ୍ମହତ୍ୟା କରିବେ ନୀରବ ମୋଦି? appeared first on Odisha Reporter.



from Odisha Reporter https://ift.tt/DLJE6Hc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages