ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ ପରେ ଇସଲାମାବାଦରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜରି ରଖିଛନ୍ତିି। ରାସ୍ତାରେ ଟାୟର ଜାଳି ଲୋକେ ଜୋର ଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଠାରେ ସ୍ଥିତି ଅଣାୟତ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରାଯାଇଛି। ସହବାଜ ସରକାରେଙ୍କ ସୁପାରିଶ କ୍ରମେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇଛି।
ସେପଟେ ଗୁଳିମାଡ ଘଟଣାର ତଦନ୍ତ ପାଇଁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମଧ୍ୟ ଗୁରୁବାର ସନ୍ଧ୍ୟା ୬ଟାରୁ ଲକ୍ଡାଉନ୍ ଲାଗୁ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଜାରି ହେବା ଯାଏଁ ଏହା ଲାଗୁ ରହିବ ବୋଲି ଇସଲାମାବାଦର ଡେପୁଟି କମିସନର ଜାରି କରିଥିବା ଏକ ବିଜ୍ଞପ୍ତିରୁ ଜଣାପଡିଛି।
ପଞ୍ଜାବ ପ୍ରଦେଶର ସାମ୍ପ୍ରତିକ ପରିସ୍ଥିତି ବିଶ୍ଲେଷଣ କରିବା ପରେ ରାଜଧାନୀରେ ବସବାସ କରୁଥିବା ଜନସାଧାରଣଙ୍କ ନିମନ୍ତେ ଶାନ୍ତିପୂର୍ଣ୍ଣ ବାତାବରଣ ଫେରାଇ ଆଣିବା ନିମନ୍ତେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଲକ୍ଡାଉନ୍ ସମୟରେ ଔଷଧ, ଡାକ୍ତରୀ ଚିକିତ୍ସା ନିମନ୍ତେ ରୋଗୀଙ୍କ ଗମନାଗମନ, ରେସନ୍ ସାମଗ୍ରୀ କିଣାକିଣି, ପାନୀୟ ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଯୋଗାଣ ଜାରି ରହିବ।
ସରକାର ବିରୋଧୀ ପ୍ରଦର୍ଶନ ବେଳେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଇମ୍ରାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଏବେ ଲାହୋର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଇମ୍ରାନ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଏହି ଆକ୍ରମଣରେ ଇମ୍ରାନଙ୍କ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ସହଯୋଗୀ ଆହତ ହୋଇଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶର ୱାଜିରାବାଦରେ ଏକ ରାଲି ବେଳେ ଇମ୍ରାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳି ଚଳାଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି। ଗୁଳିକାଣ୍ଡ ପରେ ରାଜନୀତି ତେଜିଛି। ଏହି ଗୁଳିମାଡ଼ ପଛରେ ତିନି ଜଣ ଥିବା ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ୍-ଇ-ଇନସାଫ, ପିଟିଆଇ ପକ୍ଷରୁ କୁହାଯାଇଛି।
The post ଇମ୍ରାନ ଖାନ୍ଙ୍କୁ ଗୁଳିମାଡ଼: ବିକ୍ଷୋଭ ପରେ ଲକ୍ଡାଉନ୍ ଲାଗୁ appeared first on Odisha Reporter.
from Odisha Reporter https://ift.tt/D39PIuG
No comments:
Post a Comment