ଅଜଣା ଜନ୍ତୁ ଆତଙ୍କ, ଆଖି ବୁଜିଲେ ୬୦ରୁ ଅଧିକ ଛେଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 3, 2022

ଅଜଣା ଜନ୍ତୁ ଆତଙ୍କ, ଆଖି ବୁଜିଲେ ୬୦ରୁ ଅଧିକ ଛେଳି

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ। ଗତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳିର ମୃତ୍ୟୁ ଘଟିଥିବା ବେଳେ ୨୮ରୁ ଅଧିକ ଛେଳି ଗୁରୁତର ଆହତ ହୋଇଛନ୍ତି।

କିଡିଗାଁର ରାମନାଥ ଓ ବି. କ୍ରୀଷ୍ଣା ୧୦୦ରୁ ଅଧିକ ଛେଳି ରାତିରେ ଗୁହାଳରେ ବାନ୍ଧି ରଖିଥିଲେ। ଆଜି ସକାଳେ ଦେଖିଲା ବେଳକୁ ୬୦ରୁ ଅଧିକ ଛେଳି ମରି ପଡ଼ିଥିବା ବେଳେ ୨୮ରୁ ଅଧିକ ଛେଳି ଗୁରୁତର ଆହତ ହୋଇଛନ୍ତି।  ରାତିରେ କେଉଁ ଅଜଣା ଜନ୍ତୁ ଗୁହାଳରେ ପଶି  ଏହି ଛେଳି ଗୁଡ଼ିକ ମାରି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି।

ଖବର ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ,ରାଜସ୍ୱ ବିଭାଗ କର୍ମଚାରୀ ଓ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଅଧିକ ତଦନ୍ତ ପାଇଁ ଜିଲ୍ଲା ପ୍ରାଣୀଧନ ବିଭାଗକୁ ଖବର ଦିଆଯାଇଥିବା ଜଣାଯାଇଛି। ଗୋଟିଏ ରାତିରେ ଏତେ ଛେଳିଙ୍କର ମୃତ୍ୟୁ ଘଟିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।

The post ଅଜଣା ଜନ୍ତୁ ଆତଙ୍କ, ଆଖି ବୁଜିଲେ ୬୦ରୁ ଅଧିକ ଛେଳି appeared first on Odisha Reporter.



from Odisha Reporter https://ift.tt/BWwkSCo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages