ଭୂକମ୍ପରେ ଥରିିଲା ଇଣ୍ଡୋନେସିଆ, ମୃତ୍ୟୁ ସଂଖ୍ୟା ୧୬୨କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 21, 2022

ଭୂକମ୍ପରେ ଥରିିଲା ଇଣ୍ଡୋନେସିଆ, ମୃତ୍ୟୁ ସଂଖ୍ୟା ୧୬୨କୁ ବୃଦ୍ଧି

ନୂଆଦିଲ୍ଲୀ: ପୁଣି ଥରେ ଭୂକମ୍ପ ଝଟ୍‌କାରେ ଥରିଲା ଇଣ୍ଡୋନେସିଆ। ରାଜଧାନୀ ଜକାର୍ତାରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏଥିଯୋଗୁ ଅନେକ ଘର ଓ ବିଲ୍ଡିଂ କ୍ଷତିସଗ୍ରସ୍ତ ହୋଇଛି। ଘରଗୁଡିକ ଭାଙ୍ଗି ମାଟିରେ ମିଶି ଯାଇଛି। ସେପଟେ ଭୂକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୬୨କୁ ବୃଦ୍ଧି ପାଇଛି। ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ଅନେକ ସଂଖ୍ୟାରେ ଲୋକେ ଭଙ୍ଗା ଅଟ୍ଟାଳିକା ତଳେ ଦବି ରହିଛନ୍ତ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥିତି ଏପରି ହୋଇଛି ଯେ, ଗାଡି ପାର୍କିଂ ସ୍ଥାନରେ ଆହତ ଲୋକଙ୍କ ଚିକିତ୍ସା କରିବାକୁ ପଡୁଛି। ସିଆଞ୍ଜୁର ହସ୍ପିଟାଲରେ ଭିଡ ଜମିବା ଯୋଗୁଁ ରାତିସାରା ପାର୍କିଂ ଅଞ୍ଚଳରେ ଆହତଙ୍କ ଚିକିତ୍ସା ଚାଲିଛି।

ଅନ୍ୟ କିଛି ଲୋକଙ୍କୁ ଅସ୍ଥାୟୀ ଟେଣ୍ଟ ଭିତରେ ଚିକିତ୍ସା କରାଯାଇଛି। ସେହିପରି ଆଉ କିଛି ଲୋକଙ୍କୁ ରାସ୍ତାକଡରେ ହିଁ ଚିକିତ୍ସା କରିଛନ୍ତି ସ୍ୱାସ୍ଥ୍ୟକର୍ମୀ। ଅନ୍ଧାର ଭିତରେ ଟର୍ଚ୍ଚ ଆଳୁଅରେ ରୋଗୀଙ୍କୁ ଇଞ୍ଜେକସନ୍ ଦିଆଯାଇଛି।

ରିପୋର୍ଟ ମୁତାବକ, ଏହି ଭୟଙ୍କର ଭୂମିକମ୍ପ ଯୋଗୁଁ ଅତି କମ୍‌ରେ ୨୨୦୦ ଘର କ୍ଷତିଗ୍ରସ୍ତ ହୋଇଛି। ୫ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଶହ ଶହ ପୁଲିସ କର୍ମୀ ନିୟୋଜିତ ଅଛନ୍ତି।

ସୂଚନା ମୁତାବକ, ସୋମବାର ମଧ୍ୟାହ୍ନରେ ହଠାତ ବଡ ଧରଣର ଭୁକମ୍ପ ଝଟକାରେ ଥରି ଉଠିଥିଲା ଜାଭା ଦ୍ୱୀପ ସହ ଇଣ୍ଡୋନେସିଆର ବିଭିନ୍ନ ସ୍ଥାନ। ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଥିଲା। ରାଜଧାନୀ ଜକାର୍ତାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୭୫କିମି ଦୂରରେ ଭୁକମ୍ପସ୍ଥଳୀ ଥିବା ସୂଚନା ରହିଛି। ତେବେ ସୁନାମୀର କୌଣସି ଆଶଙ୍କା ନଥିବା ଇଣ୍ଡୋନେସିଆ ଭୁବିଜ୍ଞାନୀ ସୂଚନା ଦେଇଛନ୍ତି।

The post ଭୂକମ୍ପରେ ଥରିିଲା ଇଣ୍ଡୋନେସିଆ, ମୃତ୍ୟୁ ସଂଖ୍ୟା ୧୬୨କୁ ବୃଦ୍ଧି appeared first on Odisha Reporter.



from Odisha Reporter https://ift.tt/ZUcydA0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages