ଖଣ୍ଡା, ଫାର୍ସାରେ ୩ ଭାଇଙ୍କୁ ପକାଇଲେ ଚୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 21, 2022

ଖଣ୍ଡା, ଫାର୍ସାରେ ୩ ଭାଇଙ୍କୁ ପକାଇଲେ ଚୋଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାନ ଦୋକାନରେ ପଶିଲେ ୨୦ରୁ ଅଧିକ ଯୁବକ । ହାତରେ ଖଣ୍ଡା, ଫାର୍ସା ଧରି ପାନ ଦୋକାନୀଙ୍କୁ ଅତର୍କିତ ଆକ୍ରମଣ କଲେ। ଏହାକୁ ପ୍ରତିବାଦ କରିବାରୁ ତାଙ୍କ ୨ ସାନ ଭାଇଙ୍କୁ ବି ଆକ୍ରମଣ କରି ଲହୁଲୁହାଣ କଲେ । ଏଥିରେ ପାନ ଦୋକାନୀଙ୍କ ସମେତ ତାଙ୍କ ୨ ଭାଇ ବି  ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଏପରି ମରଣାନ୍ତକ ଆକ୍ରମଣ ରାଜଧାନୀ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ଘଟିଛି।

ପୂର୍ବ ଶତ୍ରୁତାରୁ ଏପରି ଗଣ୍ଡଗୋଳ ଘଟିଥିବା ଜଣାଯାଇଛି। ଆକ୍ରମଣରେ ଗୁରୁତର ୩ ଭାଇ ହେଲେ ପ୍ରଣବ ସେନାପତି ଓ ତାଙ୍କ ଦୁଇ ସାନ ଭାଇ ପ୍ରଦୋଷ ସେନାପତି ଓ ପ୍ରବୀଣ ସେନାପତି।

ପ୍ରଣବ ସେନାପତିଙ୍କ କହିବାନୁଯାୟୀ, ୨ ଦିନ ପୂର୍ବେ ଗାଁର କିଛି ଯୁବକଙ୍କ ସହ ତାଙ୍କ ପରିବାରର ଗଣ୍ଡଗୋଳ ହୋଇଥିବା ବେଳେ ଥାନାରେ ଏହାର ସମାଧାନ ହୋଇଥିଲା।  ଏହାକୁ ନେଇ ଗତକାଲି ରାତିରେ ଦୋକାନରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଯୁବକ ହାତରେ ଖଣ୍ଡା, ଫାର୍ସ ଧରି ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ। ଏହାଦେଖି ମୋତେ ବଞ୍ଚାଇବାକୁ ଆସି ମୋ ୨ ଭାଇ ବି ଆକ୍ରମଣର ଶିକାର ହୋଇଛନ୍ତି।

ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି।  କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ସେନେଇ ତଦନ୍ତ କରୁଛି ପୁଲିସ  ।

The post ଖଣ୍ଡା, ଫାର୍ସାରେ ୩ ଭାଇଙ୍କୁ ପକାଇଲେ ଚୋଟ appeared first on Odisha Reporter.



from Odisha Reporter https://ift.tt/qu1Fyct

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages