ପକ୍ଷାଘାତ କରି ଦେଇଛି ବିବଶ, ଜରିପାଲ ତଳେ ବିତୁଛି ୬ ପ୍ରାଣୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 26, 2022

ପକ୍ଷାଘାତ କରି ଦେଇଛି ବିବଶ, ଜରିପାଲ ତଳେ ବିତୁଛି ୬ ପ୍ରାଣୀଙ୍କ ଜୀବନ

ବାସୁଦେବପୁର (କିରୀଟି ଦାସ): ଅଭାବ ଥିଲା। କିନ୍ତୁ ଘରର ମୁରବି ହିସାବରେ ସମସ୍ତଙ୍କ ପେଟକୁ ଯେନତେନ ପ୍ରକାରେ ସବୁ ଦିନ ଦାନା ଯୋଗାଡ଼ କରି ଦେଉଥିଲେ। ହେଲେ ଯେଉଁ ଦିନ ଠାରୁ ତାଙ୍କୁ ରୋଗ ମାଡ଼ି ବସିଲା, ସେହିଦିନଠୁ ତାଙ୍କର ଅଭାବୀ ପରିବାର ପାଇଁ ଦାନା ଯୋଗାଡ଼ କରିବା ବି ମୁସ୍କିଲ ହୋଇପଡ଼ିଛି। କେହି ସହାୟତାର ହାତ ବଢ଼ାଇ ନଥିବା ବେଳେ ଭାଗ୍ୟକୁ ଆଦରି ସ୍ତ୍ରୀ, ଦୁଇ ପୁଅ ଓ ଦୁଇ ଝିଅଙ୍କ ସହିତ ଏକ ଦଦରା ଜରିପାଲ ପଡ଼ିଥିବା ଘରେ ସେ ଜୀବନ ଜିଉଁଛନ୍ତି। ଏହା ହେଉଛି ବସନ୍ତଙ୍କ କାହାଣୀ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ଗାଁରେ ରହନ୍ତି ବସନ୍ତ ମଳିକ। ପୈତୃକ ଜମି ଭାଗବଣ୍ଟା ହେବା ପରେ ୮ ବର୍ଷ ତଳେ ସେ ଘର ଛାଡ଼ି ଦେଇଥିଲେ। ରାସ୍ତାକଡ଼ରେ ନିଜ ଜମିରେ ବାଉଁଶ ଓ ନଡ଼ାରେ ଚାଳିଆଟେ କରି ପରିବାର ସହିତ ରହିଲେ। ପର ଘରେ ମୂଲ ଲାଗିବା ସହ ସମୁଦ୍ରରୁ ମାଛମାରି ସେ ପରିବାର ଚଳାଉଥିଲେ। ଜୀବନ ଏମିତି କଟି ଯାଉଥିବା ବେଳେ ହଠାତ୍ ତାଙ୍କୁ ହେଲା ପକ୍ଷାଘାତ। ଅଚଳ ହୋଇଗଲା ଶରୀରର ବାମ ପାର୍ଶ୍ୱ। ଆଉ ନିଜେ ଉଠିବସି ପାରିଲେନି ବସନ୍ତ। କାମ କରିବା ତ ଦୂର କଥା। ପକ୍ଷାଘାତ ପରେ ସେ ଘରେ ବସି ରହିବାକୁ ବାଧ୍ୟ ହେଲେ। ୬ ବର୍ଷ ହେଲା ସେ ବସି ରହିଥିବା ବେଳେ ୬ ପ୍ରାଣୀଙ୍କ ପରିବାର ଚଳାଇବା ଦାୟିତ୍ୱ ଏବେ ପଡ଼ିଛି ବସନ୍ତଙ୍କ ପତ୍ନୀ ପୁଷ୍ପଲତା ମଳିକଙ୍କ ଉପରେ। ସେ ପର ଘରେ କାମ କରି ଯାହା ଆଣୁଛନ୍ତି ସେଥିରେ ସ୍ୱାମୀ ଓ ଚାରି ଛୁଆଙ୍କ ପେଟକୁ ଦାନା ଦିଅନ୍ତି।

ସରକାରୀ ସହାୟତା ଭାବେ ରାସନ କାର୍ଡ ଥିବାରୁ ଚାଉଳ ଗଣ୍ଡେ ମିଳୁଛି। ହେଲେ ପରିବାରର ସମସ୍ତ ସଦସ୍ୟଙ୍କୁ ଚାଉଳ ମିଳୁନି। ବସନ୍ତ, ତାଙ୍କ ସ୍ତ୍ରୀ ଓ ବଡ଼ ଝିଅଙ୍କୁ ଚାଉଳ ମିଳୁଛି। ସେଥିରେ ପୂରା ପରିବାର ଚଳୁଛି। ଚାରି ଜଣଙ୍କ ଯାକ ଛୁଆ ସ୍କୁଲ୍ ଯାଉଛନ୍ତି। ବସନ୍ତଙ୍କ ନାଁ ଆଜି ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଭତ୍ତା ତାଲିକାରେ ସାମିଲ ହୋଇପାରି ନାହିଁ। ସରକାରଙ୍କ ତରଫରୁ ଘରଟିଏ ମଧ୍ୟ ମିଳି ନାହିଁ। ସମ୍ବଳ ଅଭାବରୁ ବାଉଁଶ ଓ ନଡ଼ାର ଚାଳିଆ ଭାଙ୍ଗିରୁଜି ଗଲାଣି। ତା’ଉପରେ ଓ ଭିତରେ ଜରିପାଲ ଟଣାଯାଇଛି।

ବସନ୍ତଙ୍କ ସ୍ତ୍ରୀ ପୁଷ୍ପଲତା ମଳିକ କହିଛନ୍ତି, ପର ଘରେ କାମ କରି ଓ ସାଇପଡ଼ିଶା ଲୋକଙ୍କ ଠାରୁ ମାଗି ପରିବାର ଚଳାଉଛି। ଓଳିଏ ଖାଇଲେ ଓଳିଏ ନାହିଁ। କିଛି ଭତ୍ତା ମିଳୁନି। ହବ ହବ କହୁଛନ୍ତି। କିନ୍ତୁ ହେଉ ନାହିଁ। ସରକାର ସାହାଯ୍ୟ କଲେ ଭଲ ହୁଅନ୍ତା।

ନୂଆଗାଁ ପଞ୍ଚାୟତ ସରପଞ୍ଚ ରୀନା ସ୍ୱାଇଁ କହିଛନ୍ତି ଯେ ବସନ୍ତ ମଳିକଙ୍କ ବିଷୟରେ ସେ ଅବଗତ ଅଛନ୍ତି। ତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ତାଙ୍କ ପରିବାରର ୩ ଜଣଙ୍କ ନାଁରେ ରାସନ ଦିଆଯାଉଛି। ଆଉ ତିନି ଜଣଙ୍କ ନାଁ ସାମିଲ କରାଯିବ। ବସନ୍ତ କେମିତି ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପାଇବେ ସେଥିପାଇଁ ଚେଷ୍ଟା କରାଯାଉଛି। ଆବାସ ଯୋଜନାରେ ନୂଆ ଘର କରିବାକୁ ନିର୍ଦ୍ଦେଶ ଆସିଲେ ବସନ୍ତ କିପରି ଏଥିରେ ଉପକୃତ ହୋଇପାରିବେ, ସେନେଇ ବ୍ୟବସ୍ଥା କରାଯିବ।

The post ପକ୍ଷାଘାତ କରି ଦେଇଛି ବିବଶ, ଜରିପାଲ ତଳେ ବିତୁଛି ୬ ପ୍ରାଣୀଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/qcsHmIK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages