ଜେଲ୍ ଭିତରେ ମନ୍ତ୍ରୀଙ୍କ ରାଜସୁଖ, ସେବାରେ ୧୦ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 26, 2022

ଜେଲ୍ ଭିତରେ ମନ୍ତ୍ରୀଙ୍କ ରାଜସୁଖ, ସେବାରେ ୧୦ କର୍ମଚାରୀ

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ୁଛି ତିହାର ଜେଲ୍‌ରେ ଥିବା ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଅଡୁଆ। ଜେଲ୍ ଭିତରୁ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭିଡିଓ। ଗତକାଲି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସହ ମିଟିଂ କରୁଥିବା ଭିଡିଓ ସାମ୍ନକୁ ଆସିଥିଲା। ଆଜି ସତ୍ୟେନ୍ଦ୍ରଙ୍କ ସେଲ୍ ଭିତରେ ୧୦ କର୍ମଚାରୀ ତାଙ୍କ ସେବା କରୁଥିବା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ବିଜେପି ଶେଆର କରି ପୁଣି ଥରେ ଆପ୍‌କୁ ଟାର୍ଗେଟ୍ କରିଛି।

ଭିଡିଓରେ କିଛି କର୍ମଚାରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ସେଲ୍ ଭିତରର ସଫ ସୁତୁରା କରୁଥିବା ଦେଖିବାକୁ ମିଳିଛି। ଦୁଇ ଜଣ ତଳେ ପୋଛା ମାରୁଥିବା ବେଳେ ଆଉ ଦୁଇ ଜଣ ସତ୍ୟେନ୍ଦ୍ରଙ୍କ ବେଡ୍‌ର ଚାଦର ବଦଳାଉଛନ୍ତି। କେବଳ ସେତିକି ନୁହେଁ ବ୍ୟାରକରେ ପଡିଥିବା କାର୍‌ପେଟ୍‌କୁ ବି ବଦଳାଯାଉଛି। ଏହି ଭିଡିଓଟି ତିନୋଟି ଭିନ୍ନ ଭିନ୍ନ ତାରିଖ ସେପ୍ଟେମ୍ବର ୧୨, ସେପ୍ଟେମ୍ବର ୧୫ ଓ ଅକ୍ଟୋବର ୧ ତାରିଖର ବୋଲି କୁହାଯାଉଛି।

ବିଜେପି ନେତା ହରିଶ ଖୁରାନା ଏହି ଭିଡିଓକୁ ଶେଆର କରିଛନ୍ତି। ସେ ଏହି ଭିଡିଓକୁ ଶେଆର୍ କରି ଜେଲ୍‌ରେ ସତ୍ୟେନ୍ଦ୍ରଙ୍କ ସେବାରେ ୧୦ କର୍ମଚାରୀ ଲାଗିଥିବା ଅଭିଯୋଗ କରିଛନ୍ତି। ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ନେଇ ବିଜେପି ପକ୍ଷରୁ ଟ୍ୱିଟ୍ କରି ପୋଷ୍ଟର୍ ୱାର୍ କରାଯାଇଛି। ଏହି ପୋଷ୍ଟର୍‌ରେ ଜୈନ୍‌ଙ୍କୁ ଜେଲ୍ ଭିତରେ ସୁଲତାନ ରୂପେ ଚିତ୍ରିତ କରାଯାଇଛିି।

ତିହାର ଜେଲ୍‌ର ସୂଚନା ଅନୁସାରେ, ଜେଲ୍ କଠୋରୀ ଭିତରେ ଆପ୍ ମନ୍ତ୍ରୀଙ୍କୁ ସମସ୍ତ ଲଗ୍‌ଜୁରୀ ସେବା ଯୋଗାଇବା ପାଇଁ ୧୦ ଜଣଙ୍କୁ ନିଯୁକ୍ତ କରାଯାଇଥିଲା। ଏଥିମଧ୍ୟରୁ ୮ଜଣ ବ୍ୟକ୍ତି ସତ୍ୟେନ୍ଦ୍ର ବ୍ୟକ୍ତିଗତା ଆବଶ୍ୟକତାର ଯତ୍ନ ନେଉଥିଲେ।  ଯେଉଁଥିରେ କୋଠରୀ ସଫା କରିବା, ଶଯ୍ୟା ଠିକ୍ କରିବା, କୋଠରୀ ଭିତରେ ବାହ୍ୟ ଖାଦ୍ୟ ଯୋଗାଇବା, ମିନେରାଲ ୱାଟେର୍‌, ଫଳ, ପୋଷାକ ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଥିଲା। ଅନ୍ୟ ଦୁଇ ଜଣଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା।

ଏହି ୧୦ ଜଣଙ୍କ ବ୍ୟତୀତ ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଭିତରେ ସଜା କାଟୁଥିବା ରିଙ୍କୁ ଯାଦବ ସତ୍ୟେନ୍ଦ୍ରଙ୍କ ପ୍ରତିଦିନ ବଡି ମଜାସ କରୁଥିଲେ। ତେବେ ସତ୍ୟେନ୍ଦ୍ରଙ୍କ ସେବାରେ ଲାଗିଥିବା ଏହି ୧୦ ଜଣ ବ୍ୟକ୍ତି ଜେଲ୍ ଭିତରର କଏଦୀ ନା ବାହାର ଲୋକ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ମଧ୍ୟ କୋର୍ଟ ତିହାର ଜେଲ୍ ଭିତରେ ଭିଭିଆଇପି ସୁବିଧା ପାଇବାକୁ ନେଇ ସତ୍ୟେନ୍ଦ୍ରଙ୍କୁ ତାଗିଦ କରିସାରିଛନ୍ତି।

The post ଜେଲ୍ ଭିତରେ ମନ୍ତ୍ରୀଙ୍କ ରାଜସୁଖ, ସେବାରେ ୧୦ କର୍ମଚାରୀ appeared first on Odisha Reporter.



from Odisha Reporter https://ift.tt/JTeYWpt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages