ଆଜି ନେତା ବାଛିବେ ଧାମନଗରବାସୀ, ମତଦାନ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 2, 2022

ଆଜି ନେତା ବାଛିବେ ଧାମନଗରବାସୀ, ମତଦାନ ଆରମ୍ଭ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଆଜି ଧାମନଗରବାସୀ ବାଛିବେ ନିଜ ନେତା। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ।    କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ  ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଆଜି ସକାଳୁ ଭୋଟଗ୍ରହଣ କେନ୍ଦ୍ରରେ ମକ୍‌ ପୋଲ୍ କରାଯାଇଥିଲା  । ଏହାପରେ ସକାଳ ୭ରୁ ଆରମ୍ଭ ହୋଇଛି ଭୋଟଗ୍ରହଣ।

ଧାମନଗର ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଓ  ୧ଲକ୍ଷ ୧୫ ହଜାର ୩୪୬ ମହିଳା ଭୋଟର  । ଉପନିର୍ବାଚନ ମଇଦାନରେ ଅଛନ୍ତି ୫ଜଣ ପ୍ରାର୍ଥୀ । ମୋଟ୍ ୨୫୨ଟି ବୁଥ୍ ରହିଥିବା ବେଳେ ଏହା ମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ୍ ରହିଛି। ସେଥିମଧ୍ୟରୁ ୧୨୬ଟି ୱେବ କାଷ୍ଟିଂ ହେବ । ୨୫  ମାଇକ୍ରୋ ଅବଜର୍ଭର ରହିଛନ୍ତି । ୧୫ଟି ମଡେଲ ବୁଥ ଓ ୫ଟି ପିଙ୍କ୍ ବୁଥ୍ କରାଯାଇଛି ।

ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ୧ ହଜାରରୁ ଅଧିକ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହାବାଦ ୪ କଂପାନି କେନ୍ଦ୍ରୀୟ ଫୋର୍ସ, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟର ପରିଚୟ ପତ୍ର ଛଡା ୧୨ଟି ଅନ୍ୟ ଡ଼କ୍ୟୁମେଣ୍ଟ ଦେଖାଇ ବି ଭୋଟ୍ ଦେଇ ପାରିବେ। ଭୋଟ୍ ଗ୍ରହଣ ଶେଷ ପର୍ଯ୍ୟନ୍ତ ମଦ ବିକ୍ରି ବାରଣ କରାଯାଇଛି ।

ଆଜି ସକାଳ ୭ ରୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ସମସ୍ତ ଏକଜିଟ୍‌ ପୋଲକୁ ବ୍ୟାନ୍ କରାଯାଇଛି।  ବୁଥର ଶହେ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା ହୋଇପାରିବେ ନାହିଁ । ଯଦି କେହି ନିୟମ ଉଲ୍ଲଘଂନ କରନ୍ତି, ତେବେ ତାଙ୍କୁ ଗିରଫ କରାଯିବ।

The post ଆଜି ନେତା ବାଛିବେ ଧାମନଗରବାସୀ, ମତଦାନ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/7sw0dI8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages