ନୂଆଦିଲ୍ଲୀ: ପିଛା ଛାଡୁନି ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ଅଡୁଆ । ଜେଲ୍ ଭିତରେ ସେ ନେଉଛନ୍ତି ଭିଭିଆଇପି ମଜା। ତିହାର ଜେଲ୍ ଭିତରୁ ଆମ୍ ମନ୍ତ୍ରୀଙ୍କ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ପ୍ରଥମେ ଜେଲ୍ ଭିତରେ ବଡି ମସାଜ, ତା’ପରେ ରେଷ୍ଟୁରାଣ୍ଟର ଖାଦ୍ୟ ଆଉ ଏବେ ଜନତା ଦରବାର। ତିହାର ଜେଲ୍ ଭିତରୁ ଏଭଳି କିଛି ଭିଡିଓ ପୁଣି ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।
ଜେଲ୍ ଭିତରେ ମନ୍ତ୍ରୀଙ୍କ ଚାଲିଛି ଜନତା ଦରବାର। ପୂର୍ବ ଜେଲ୍ ଅଧିକ୍ଷକ ଅଜିତ କୁମରଙ୍କ ସହ ବୈଠକରେ ବ୍ୟସ୍ତ ଅଛନ୍ତି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ସାମ୍ନାକୁ ଆସିଥିବା ଭିଡିଓରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓଟି ସେପ୍ଟେମ୍ବର ୧୦ ତାରିଖର ବୋଲି କୁହାଯାଇଛିି। ସେହି ସମୟରେ ଅଜିତ୍ କୁମାର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱରେ ରହିଥିଲେ। ଏହା ସହିତ ସେଲ୍ ଭିତରେ ସତ୍ୟେନ୍ଦ୍ର ଜୈନ୍ କିଛି ଲୋକଙ୍କ ସହିତ ବୈଠକ କରୁଥିବା ଦେଖିବାକୁ ମଧ୍ୟ ମିଳିଛି।
#WATCH | More CCTV visuals of jailed Delhi Minister and AAP leader Satyendar Jain in Tihar jail come out: Sources pic.twitter.com/4c6YdJ2bAL
— ANI (@ANI) November 26, 2022
ସତ୍ୟେନ୍ଦ୍ରଙ୍କ ଏହି ଭିଡିଓ ବିଜେପି ନେତା ହରିଶ ଖୁରାନା ନିଜ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହା ପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କୁ ଜଣେ ଦୁଷ୍କର୍ମ ଅଭିଯୁକ୍ତ ମସାଜ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ଦିଳ୍ଲୀ ସରକାରଙ୍କୁ ଘେରିଥିଲା ଭାରତୀୟ ଜନତା ପାର୍ଟି। ହେଲେ ଏହା ଏକ ପ୍ରକାରର ଚିକିତ୍ସା ବୋଲି ସଫେଇ ଦେଇଥିଲା ଆପ୍।
ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ତିହାର ଜେଲ୍ରେ ଅଛନ୍ତି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ତେବେ ଜେଲ୍ ଭିତରେ ତାଙ୍କୁ ଭିଭିଆଇପି ସୁବିଧା ମିଳୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ଜେଲ୍ ଅଧିକ୍ଷକ ସସପେଣ୍ଡ ହୋଇଥିଲେ। ଏହି ମାମଲାର ଭିଡିଓ ସାମ୍ନାକୁ ଆସିବା ପରେ ରାଜନୀତି ମହଲରେ ହଇଚଇ ସୃଷ୍ଟି ହୋଇଛି। ଆମ୍ ଆଦମୀ ପାର୍ଟିକୁ ବରମ୍ବାର ଟାର୍ଗେଟ୍ କରୁଛି ବିଜେପି।
The post ଜେଲ୍ ଭିତରେ ସୁପରିଣ୍ଟେଣ୍ଡେଣ୍ଟ ଓ ସତ୍ୟେନ୍ଦ୍ରଙ୍କ ମିଟିଂ, ପୁଣି ଅଡୁଆରେ ଆପ୍ appeared first on Odisha Reporter.
from Odisha Reporter https://ift.tt/t8IesaK
No comments:
Post a Comment