ନୂଆଦିଲ୍ଲୀ: ଆଜି ଭାରତୀୟ ସମ୍ବିଧାନ ଦିବସ। ସୁପ୍ରିମକୋର୍ଟରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏ ଅବସରରେ ପ୍ରଧାନମନ୍ତ୍ରୀ ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପ ଉଦଘାଟନ କରିଛନ୍ତି।
ସମ୍ବିଧାନର ମୂଲ୍ୟବୋଧର ପ୍ରଚାର ପ୍ରସାର ନିମନ୍ତେ, ୨୦୧୫ ମସିହାରୁ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି। ଦେଶର ପ୍ରତି ନାଗରିକ ସମ୍ବିଧାନ ସଂପର୍କରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ୧୯୪୯ ମସିହା ଆଜିର ଦିନରେ ଭୀମରାଓ ଆମ୍ବେଦକରଙ୍କ ରଚିତ ସମ୍ବିଧାନକୁ ଦେଶ ସ୍ୱିକୃତୀ ଦେଇଥିଲା। ପରେ ୧୯୫୦ ଜାନୁଆରୀରେ ସମ୍ବିଧାନକୁ ପ୍ରଣୟନ କରାଯାଇଥିଲା।
ଭାରତର ସମ୍ବିଧାନକୁ ବିଶ୍ୱର ସବୁଠୁ ଲମ୍ବା ଲିଖିତ ସମ୍ବିଧାନ କୁହାଯାଏ। ଏଥିରେ ୟୁକେ, ଆମେରିକା, ଜର୍ମାନୀ, ଆୟରଲାଣ୍ଡ,ଅଷ୍ଟ୍ରେଲିଆ ଓ କାନାଡ଼ା ସମ୍ବିଧାନର କିଛି ଆଇନକାନୁନ ସ୍ଥାନ ପାଇଛି। ପୂର୍ବରୁ ସମ୍ବିଧାନରେ ମୋଟ ୩୯୫ ଅନୁଚ୍ଛେଦ ଥିବା ବେଳେ, ଏବେ ମୋଟ ୪୭୦ ଅନୁଚ୍ଛେଦ ରହିଛି।
ସମ୍ବିଧାନ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଲେଖାଯାଇଥିବା ବେଳେ ଏଥିରେ ମୋଟ ୨୫୧ ପୃଷ୍ଠା ସମ୍ବିଳିତ ସମ୍ବିଧାନ ଲେଖିବାକୁ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା। ଭାରତୀୟ ସମ୍ବିଧାନର ମୂଳ ସଂରଚନା ଭାରତ ସରକାର ଅଧିନିୟମ ୧୯୩୫ ଉପରେ ଆଧାରିତ।
The post ସମ୍ବିଧାନ ଦିବସ: ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପ ଉଦଘାଟନ କଲେ ମୋଦି appeared first on Odisha Reporter.
from Odisha Reporter https://ift.tt/qgfeRTa
No comments:
Post a Comment