ପୁଣି ବର୍ବରତା ଦେଖାଇଲା ରୁଷ, ୟୁକ୍ରେନ କଣ୍ଡକ୍ଟର୍‌ଙ୍କୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 19, 2022

ପୁଣି ବର୍ବରତା ଦେଖାଇଲା ରୁଷ, ୟୁକ୍ରେନ କଣ୍ଡକ୍ଟର୍‌ଙ୍କୁ ଗୁଳି କରି ହତ୍ୟା

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଗତ ୯ ମାସ ହେବ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ପୁଣି ବର୍ବରତା ଦେଖାଇଛି ରୁଷ। ନିଜ ଦେଶ ବିରୋଧରେ ଯାଇ ରୁଷବାସୀଙ୍କୁ ସହଯୋଗ ନ କରିବାରୁ ୟୁକ୍ରେନ୍ କଣ୍ଡକ୍ଟର ୟୁରୀ କେର୍ପେଟେଙ୍କୋଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛିି ରୁଷ ସେନା।

ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଖରସେନ ଉପରେ ରୁଷର କବ୍‌ଜାକୁ ୟୁରୀ ବିରୋଧ କରିଥିଲେ। ୟୁରୀ ଦକ୍ଷିଣ ଖରସେନରେ ହାରମୋନିକ ଥିଏଟର୍ ଚଳାଉଥିଲେ। ରୁଷ ଖରସେନ ଉପରେ କବ୍‌ଜା କରିବା ପରେ ବାରମ୍ବାର ୟୁକ୍ରେନ୍ ବିରୋଧରେ ସଙ୍ଗୀତ ବଜାଇବାକୁ ରୁଷ ସେନା ୟୁରୀଙ୍କୁ କହୁଥିଲେ। କିନ୍ତୁ ସେ ମନା କରୁଥିଲେ।

ରୁଷ ସେନାଙ୍କୁ ସହ ସହଯୋଗ କରିବାକୁ ମନା କରିବା ପରେ ୟୁକ୍ରେନ୍ କଣ୍ଡକ୍ଟର ୟୁରୀଙ୍କୁ ତାଙ୍କ ଘର ଭିତରେ ହିଁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ସେପଟେ ରୁଷ ସୈନିକଙ୍କ ଏଭଳି କାର୍ଯ୍ୟକଳାପକୁ ୟୁକ୍ରେନ୍ ବିରୋଧ କରିଛି।

ରୁଷ ସେନା ଖରସେନକୁ କବ୍‌ଜା କରିବା ପରେ ସେପ୍ଟେମ୍ବର ୯ ତାରିଖରେ ୟୁରୀଙ୍କ ହିଁ ଥିଏଟର୍‌ରେ ଏକଜ୍ନ୍‌ଦିନ ପାର୍ଟିର ଆୟୋଜନ କରିଥିଲେ। କିନ୍ତୁ ୟୁରୀ ସେମାନଙ୍କ ଅଧିନରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସଫା ସଫା ମନା କରିଦେଇଥିଲେ।

ଏହାର ତିନି ସପ୍ତାହ ପରେ ସେମାନଙ୍କ ଦଖଲକୁ ଆଇନଗତ କରିବା ପାଇଁ ରୁଷ ସୈନିକମାନେ ଏକ ନକଲି ଜନମତ ସଂଗ୍ରହ ଅୟୋଜନ କରିଥିଲେ। ଏହାପରେ ଏହାର ଗୋଟିଏ ଦିନ ପରେ ରୁଷ ସେନା ୟୁକ୍ରେନ୍ କଣ୍ଡକ୍ଟରଙ୍କ ଆପାର୍ଟମେଣ୍ଟରେ ପଶି ୟୁରୀଙ୍କ ଉପରକୁ ୬ ରାଉଣ୍ଡ ଗୁଳିମାଡ କରି ତାଙ୍କୁ ହତ୍ୟା କରିଥିଲେ।

The post ପୁଣି ବର୍ବରତା ଦେଖାଇଲା ରୁଷ, ୟୁକ୍ରେନ କଣ୍ଡକ୍ଟର୍‌ଙ୍କୁ ଗୁଳି କରି ହତ୍ୟା appeared first on Odisha Reporter.



from Odisha Reporter https://ift.tt/cxe2ZrJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages