ଆଜିଠୁ ଫୁଟବଲ୍ ମହାକୁମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 19, 2022

ଆଜିଠୁ ଫୁଟବଲ୍ ମହାକୁମ୍ଭ

ୱାଶିଂଟନ: ଆଜିଠୁ ଆରମ୍ଭ ହେଉଛି ଫୁଟବଲ ମହାକୁମ୍ଭ। ଏଥର କାତାରରେ ଖେଳାଯାଉଛି ଫିଫା ବିଶ୍ୱକପ୍। ବିଶ୍ୱର ସବୁଠୁ ବଡ କ୍ରୀଡା ଇଭେଣ୍ଟ ପାଇଁ ଷ୍ଟାଡିୟମ୍ ଓ ଖେଳାଳିଙ୍କ ସହ ସାରା ବିଶ୍ୱବାସୀ ବି ପ୍ରସ୍ତୁତ। ଏଥର ଫୁଟବଲ୍ ମହାକୁମ୍ଭରେ ଭାଗ ନେଉଛନ୍ତି ବିଶ୍ୱର ୩୨ଟି ବଡ ଟିମ୍। ୮ଟି ଗ୍ରୁପରେ ଏହି ଟିମ୍‌କୁ ଭାଗ କରାଯାଇଛି । ଆଜି ରାତି ସାଢ଼େ ୯ଟାରେ ଫିଫା ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍ ରହିଛି। ଏହି ମ୍ୟାଚରେ ମୁହାଁମୁହିଁ ହେବେ କାତାର ଏବଂ ଇକ୍ୱେଡର।

ଗ୍ରୁପ୍‌- Aର ପ୍ରଥମ ଦୁଇଟି ଟିମ୍ ମଧ୍ୟରେ ଆଜି ଦେଖିବାକୁ ମିଳିବ ଟକ୍କର୍ । ଏହି ଗ୍ରୁପର ଅନ୍ୟ ଦୁଇଟି ଟିମ୍ ହେଲେ ସିନେଗାଲ ଓ ନେଦରଲ୍ୟାଣ୍ଡସ୍ । ସେହିପରି ଗ୍ରୁପ-Bରେ ଇଂଲଣ୍ଡ, ଇରାନ, ଆମେରିକା, ୱେଲସ ରହିଛନ୍ତି । ଗ୍ରୁପ-Cରେ ଅଛନ୍ତି ଆର୍ଜେଣ୍ଟିନା, ସାଉଦି ଆରବ, ମେକ୍ସିକୋ, ପୋଲାଣ୍ଡ । ଫ୍ରାନ୍ସ, ଅଷ୍ଟ୍ରେଲିଆ, ଡେନମାର୍କ, ଟ୍ୟୁନିସିଆ ଗ୍ରୁପ-Dରେ ଅଛନ୍ତି । ଗ୍ରୁପ-Eରେ ସ୍ପେନ୍, କୋଷ୍ଟାରିକା, ଜର୍ମାନୀ, ଜାପାନ ଥିବା ବେଳେ ଗ୍ରୁପ-Fରେ ଅଛନ୍ତି ବେଲଜିୟମ୍, କାନାଡା, ମୋରକ୍କୋ, କ୍ରୋଏସିଆ । ସେହିପରି ଗ୍ରୁପ୍-Gରେ ବ୍ରାଜିଲ୍, ସର୍ବିୟା, ସ୍ୱିଜରଲାଣ୍ଡ, କେମରୁନ୍କୁ ସ୍ଥାନ ମିଳିଛି । ଗ୍ରୁପ-Hରେ ଅଛନ୍ତି ପର୍ତ୍ତୁଗାଲ, ଘାନା, ଉରୁଗୁଏ, କୋରିଆ ରିପବ୍ଲିକ୍ ଭଳି ଟିମ୍।

ଆଜିଠୁ ୨ ଡିସେମ୍ବର ଯାଏଁ ରହିଛି ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟ। ଏଥିରେ ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ। ପ୍ରତି ଗ୍ରୁପ୍‌ର ଟପ୍-ଟୁ ଟିମ୍ ରାଉଣ୍ଡ ଅଫ୍-୧୬କୁ ଯିବେ। ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବ ନକ୍ ଆଉଟ୍ ମ୍ୟାଚ୍। ଏହାପରେ କ୍ୱାର୍ଟର ଫାଇନାଲରୁ ଫାଇନାଲ ଯାଏଁ ସ୍ଥିର ହେବ ରାସ୍ତା। ଡିସେମ୍ବର ୧୮ ତାରିଖରେ ରହିଛି ଫିଫା ବିଶ୍ୱକପ୍‌ର ଫାଇନାଲ ଫାଇଟ୍। ୨୯ ଦିନରେ ଟୁର୍ଣ୍ଣାମେଣ୍ଟରେ ମୋଟ ୬୪ ଟି ମ୍ୟାଚ୍ ଖେଳାଯିବ।

The post ଆଜିଠୁ ଫୁଟବଲ୍ ମହାକୁମ୍ଭ appeared first on Odisha Reporter.



from Odisha Reporter https://ift.tt/XYmaRWS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages