ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବା ପାଇଁ ଏଟିଏମରୁ ୨୦ ଲକ୍ଷ ଚୋରି କଲେ ସିକ୍ୟୁରିଟି ଗାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 29, 2022

ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବା ପାଇଁ ଏଟିଏମରୁ ୨୦ ଲକ୍ଷ ଚୋରି କଲେ ସିକ୍ୟୁରିଟି ଗାର୍ଡ

ବେଙ୍ଗାଲୁରୁ: ଯେଉଁ ଏଟିଏମର ସୁରକ୍ଷାକାମରେ ନିୟୋଜିତ ଥିଲେ ସେଠାରୁ ହିଁ ଚୋରି କରିଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାଥରେ ଏଟିଏମ ମେସିନ ଭିତରୁ ୨୦ ଲକ୍ଷ ଟଙ୍କା ଚୋରି କରିଛନ୍ତି ୨୩ ବର୍ଷୀୟ ସିକ୍ୟୁରିଟି ଗାର୍ଡ। ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବା ପାଇଁ ପାଖରେ ଟଙ୍କା ନଥିଲା। ତେଣୁ ସିକ୍ୟୁରିଟି ଗାର୍ଡ ଜଣଙ୍କ ରାତାରାତି ବେଙ୍ଗାଲୁରୁରେ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଗୋଟିଏ ଏଟିଏମ କିଓସ୍କୋରୁ ଏତେ ପରିମାଣର ଟଙ୍କା ଚୋରି କରିଛନ୍ତି।

ପୁଲିସ ଉକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ତାଙ୍କ ଘର ଆସାମରୁ ଗିରଫ କରିଛି। ଏଥିସହ ଚୋରି ହୋଇଥିବା ୨୦ ଲକ୍ଷ ଟଙ୍କା ମଧ୍ୟରୁ ୧୪.୨ ଲକ୍ଷ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଦୀପଙ୍କର ନୋମୋସୁଦ୍ରା। ୬ ମାସ ତଳେ ସେ ୱିଲସନ ଗାର୍ଡେନର ୧୩ତମ କ୍ରସ ନିକଟ ଏଟିଏମରେ ସିକ୍ୟୁରିଟି ଗାର୍ଡ ଭାବେ କାମ ଆରମ୍ଭ କରିଥିଲେ।

ବ୍ୟାଙ୍କ କର୍ମଚାରୀମାନେ ଏଟିଏମରେ ଟଙ୍କା ଲୋଡ କରିବାକୁ ଆସୁଥିବା ବେଳେ ଏହାକୁ ଦୀପଙ୍କର ଭଲ ଭାବେ ଦେଖୁଥିଲେ। ସମୟକ୍ରମେ ସେ ବ୍ୟାଙ୍କ କର୍ମଚାରୀଙ୍କ ସହ ବନ୍ଧୁତା କରି ଏଟିଏମ କ୍ୟାଷ୍ଟେଲ ମଧ୍ୟରୁ ଟଙ୍କା ବାହାର କରିବା ଓ ଭର୍ତ୍ତି କରିବାର ପାସୱାର୍ଡ ହାତେଇଥିଲେ।

ପାସୱାର୍ଡ ମିଳିବା ପରେ ସେ ଏଟିଏମ ମେସିନରୁ ଟଙ୍କା ଚୋରି ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ। ଟଙ୍କା ମିଳିବା ପରେ ବିବାହ କରିବେ ଓ ନିଜ ଜନ୍ମ ସ୍ଥାନ କରିମଗଞ୍ଜରେ ବ୍ୟବସାୟ ଆରମ୍ଭ କରିବେ ବୋଲି ଦୀପଙ୍କର ଲକ୍ଷ୍ୟ ରଖିଥିଲେ।

ନିଜ ଯୋଜନା ଅନୁସାରେ ନଭେମ୍ବର ୧୭ ତାରିଖ ସନ୍ଧ୍ୟା ୭.୫୦ରୁ ୮.୨୦ ମଧ୍ୟରେ ସେ ଏଟିଏମରୁ ଟଙ୍କା ଚୋରି କରିଥିଲେ। ଏଟିଏମ କିଓସ୍କୋ ମଧ୍ୟରେ ସେ ଚୋରି ପାଇଁ କରୁଥିବା ଉଦ୍ୟମ ଓ କପଡ଼ା ବଦଳାଇବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ସିସିଟିଭି ଭିଡିଓରୁ ଜଣାପଡ଼ିଛି ଯେ ଚୋରି କରିବା ପୂର୍ବରୁ ସେ ଗୋଟିଏ କ୍ୟାମେରାକୁ ମଧ୍ୟ ବୁଲାଇ ଦେଇଥିଲେ ଓ ଲାଇଟ ବନ୍ଦ କରିଥିଲେ। ଆଶା କରିଥିଲେ ଯେ ତାଙ୍କ ହରକତ ସିସିଟିଭିରେ କଏଦ ହେବନି। ତେଣୁ ଲାଇଟ ବନ୍ଦ କରି ସେ ଏଟିଏମ ମେସିନରୁ ୨୦ ଲକ୍ଷ ଟଙ୍କା ନେଇ ଯାଇଥିଲେ।

ନଭେମ୍ବର ୧୮ ତାରିଖ ସକାଳେ ଏଟିଏମରେ ସିକ୍ୟୁରିଟି ଗାର୍ଡ ନଥିଲେ ଓ ଏଟିଏମରେ ଟଙ୍କା ନଥିବା ଜାଣି ବ୍ୟାଙ୍କ କର୍ତ୍ତୃପକ୍ଷ ଯାଞ୍ଚ ଆରମ୍ଭ କରିଥିଲେ। ଏହାପରେ ବ୍ୟାଙ୍କର ବରିଷ୍ଠ ମ୍ୟାନେଜର ଖୁସୁବୁ ଶର୍ମା ୱିଲସନ ଗାର୍ଡେନ ପୁଲିସ ନିକଟରେ ସିକ୍ୟୁରିଟି ଗାର୍ଡ ଦୀପଙ୍କର ଏଟିଏମରୁ ୧୯,୯୬,୬୦୦ ଟଙ୍କା ନେଇ ଫେରାର ହୋଇଯାଇଥିବା ଲିଖିତ ଭାବେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ଆଇପିସିର ୩୮୧ ଧାରା ଅନୁସାରେ ମାମଲା ରୁଜୁ କରିଥିଲା ଓ ଡିସିପି ଆର ଶ୍ରୀନିବାସ ଗୌଡ଼ାଙ୍କ ନେତୃତ୍ୱରେ ଦୀପକଙ୍କରୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ଏହି ଟିମ ଆସାମ ଯାଇ ଦୀପକଙ୍କରଙ୍କୁ ଗିରଫ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାଙ୍ଗମାନଙ୍କ ସହ ପାର୍ଟି କରିଛନ୍ତି ଓ ବଳାସପୂର୍ଣ୍ଣ ହୋଟେଲରେ ରାତି କାଟିଛନ୍ତି। ଦୀପଙ୍କର ଗୋଟିଏ ଝିଅକୁ ଭଲ ପାଉଥିଲେ। କିନ୍ତୁ ଆର୍ଥିକ ସଙ୍କଟଯୋଗୁ ସେମାନଙ୍କର ବାହାଘର ହୋଇ ପାରୁ ନଥିଲା। ସେହିପରି ସେ ଗୋଟିଏ ଘର ଓ ହୋଟେଲ ତିଆରି କରିବାକୁ ମଧ୍ୟ ଚାହୁଁଥିଲେ। ଏହି କାରଣ ପାଇଁ ସେ ଚୋରି ଭଳି ରାସ୍ତା ଆପଣାଇଥିବା ପୁଲିସ୍‌ କହିଛି। ପୂର୍ବରୁ ଦୀପଙ୍କର କେବେ ବି କୌଣସି ଅପରାଧ କିମ୍ବା ଚୋରି ଘଟଣାରେ ସାମିଲ ନଥିଲେ।

The post ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବା ପାଇଁ ଏଟିଏମରୁ ୨୦ ଲକ୍ଷ ଚୋରି କଲେ ସିକ୍ୟୁରିଟି ଗାର୍ଡ appeared first on Odisha Reporter.



from Odisha Reporter https://ift.tt/ep70IxD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages