ପ୍ରେମିକା ପାଇଁ ପିଲା ବେଳର ସାଙ୍ଗଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 8, 2022

ପ୍ରେମିକା ପାଇଁ ପିଲା ବେଳର ସାଙ୍ଗଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା

କଲ୍ୟାଣ: ମହାରାଷ୍ଟ୍ରର କଲ୍ୟାଣରେ ଘଟିଛି ଭୟଙ୍କର ଘଟଣା। ପ୍ରେମିକା ପାଇଁ ପିଲା ଦିନର ବନ୍ଧଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ଯୁବକ। ପ୍ରେମିକା ଓ ବନ୍ଧୁ ପରସ୍ପରକୁ ଡେଟିଂ କରୁଥିବାରୁ ଯୁବକ ଜଣଙ୍କ ଏପରି କାଣ୍ଡ ଭିଆଇଛନ୍ତି। ଯୁବକ ଜଣଙ୍କ ପ୍ରଥମେ ନିଜ ବନ୍ଧୁଙ୍କୁ ଏକାଧିକ ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ସେ ତାଙ୍କ ବନ୍ଧୁଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ଶେଷରେ ଏହାକୁ ବନ୍ଧୁଙ୍କ ପାଟିରେ ଭର୍ତ୍ତି କରି ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ତାଙ୍କୁ ଜୀବନରୁ ମାରି ଦେଇଛନ୍ତି।

ପୁଲିସ୍‌ କହିଛି ଯେ ପ୍ରାଣ ହରାଇଥିବା ୨୧ ବର୍ଷୀୟ ସମୀର ଖାନ ଭିୱାଣ୍ଡିରେ ଗୋଟିଏ ହୋଟେଲ ଚଳାଉଥିଲେ। ଅଭିଯୁକ୍ତ ଆମୀର ଅନସାରୀ ତାଙ୍କର ପିଲା ଦିନର ବନ୍ଧୁ। ଉଭୟ ସବୁବେଳେ ଏକାଠି ବୁଲାବୁଲି କରନ୍ତି। ଆମୀର ଗୋଟିଏ ପିକ ଅପ ଟେମ୍ପୋ ଚଳାଇ ଗୁଜୁରାଣ ମେଣ୍ଟାଉଥିଲେ। ଉଭୟଙ୍କ ଗାର୍ଲଫ୍ରେଣ୍ଡ ମଧ୍ୟ ରହିଥିଲେ।

କିଛି ଦିନ ତଳେ ଆମୀରଙ୍କ ସହ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଝଗଡ଼ା ହୋଇଯାଇଥିଲା। ଏଥିପାଇଁ ବେଶ କିଛି ଦିନ ଉଭୟ କଥାବାର୍ତ୍ତା କରୁ ନଥିଲେ। ହେଲେ ଆମୀର ତାଙ୍କୁ ବହୁତ ଭଲ ପାଉଥିଲେ ଓ ବିବାହ କରିବାକୁ ଯୋଜନା ମଧ୍ୟ କରୁଥିଲେ। ଆମୀର ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ କଥା ହେଉ ନଥିବାରୁ ଏହାର ଫାଇଦା ଉଠାଇଥିଲେ ସମୀର।

କୌଶଳ କ୍ରମେ ସେ ଆମୀରଙ୍କ ଗାର୍ଲଫ୍ରେଣ୍ଡଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ। ଯୁବତୀ ଜଣଙ୍କ ମଧ୍ୟ ଫସି ଯାଇଥିଲେ। ତେବେ ଏକଥା ଆମୀର ଜାଣିବା ପରେ ସମୀରଙ୍କୁ ବୁଝାଇଥିଲେ। ଗାର୍ଲଫ୍ରେଣ୍ଡ ଥାଇ ମଧ୍ୟ ସମୀର ଆଉ ଜଣେ ଯୁବତୀ(ଆମୀରଙ୍କ ଗାର୍ଲଫ୍ରେଣ୍ଡ)ଙ୍କୁ ଡେଟିଂ କରୁଥିବାରୁ ଆମୀର ଏକଥା ସହି ପାରି ନଥିଲେ।

ବାରମ୍ବାର ତାଗିଦ ସତ୍ତ୍ୱେ ମଧ୍ୟ ସମୀର ଓ ଯୁବତୀ ଜଣଙ୍କ ପରସ୍ପର ସହ ଡେଟିଂରେ ଯାଉଥିଲେ। ଏଥିରେ ଅତିଷ୍ଠ ହୋଇ ଆମୀର ଶେଷରେ ନିଜ ପିଲା ଦିନର ସାଙ୍ଗ ସମୀରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଭିୱାଣ୍ଡି କ୍ରାଇମବ୍ରାଞ୍ଚ ତଦନ୍ତ କରି ଜାଣିବାକୁ ପାଇଛି। ଏହି ଘଟଣାରେ ପୁଲିସ ଆମୀର ଅନସାରୀଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

The post ପ୍ରେମିକା ପାଇଁ ପିଲା ବେଳର ସାଙ୍ଗଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା appeared first on Odisha Reporter.



from Odisha Reporter https://ift.tt/NeXVbH0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages