ନେପାଳରେ ବଡ଼ ଭୂକମ୍ପ, ଗଲାଣି ୬ ଜୀବନ: ଥରିଲା ଦିଲ୍ଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 8, 2022

ନେପାଳରେ ବଡ଼ ଭୂକମ୍ପ, ଗଲାଣି ୬ ଜୀବନ: ଥରିଲା ଦିଲ୍ଲୀ

କାଠମାଣ୍ଡୁ: ବଡ଼ଧରଣର ଭୂକମ୍ପ ଝଟକାରେ ଥରି ଉଠିଛି ନେପାଳ। ରେକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୩ ରହିଥିବା ବେଳେ ଏଥିଯୋଗୁ ଏଯାଏ ୬ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ନେପାଳର ବିଭିନ୍ନ ଅଞ୍ଚଳର ଲୋକ ଭୂକମ୍ପ ଝଟକା ଅନୁଭବ କରିଛନ୍ତି।

ଏହାର ପ୍ରଭାବ ଏତେ ଅଧିକ ଥିଲା ଯେ ଦୋତି ଜିଲ୍ଲାରେ ଏକାଧିକ ଘର ଭୁଶୁଡ଼ି ପଡ଼ିଛି। ସେହିପରି ନେପାଳର ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ବେଳେ ଏହାର ପ୍ରଭାବ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ରାତି ପ୍ରାୟ ୨ଟା ବେଳେ ରାଜଧାନୀବାସୀ ଭୂକମ୍ପର ଝଟକା ଅନୁଭବ କରିଥିବା ରିପୋର୍ଟ ପ୍ରକାଶ ପାଇଛି।


ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜିର ରିପୋର୍ଟ ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠ ଠାରୁ ୧୦ କିମି ଗଭୀରରେ ରହିଛି। ଉତ୍ତରାଖଣ୍ଡର ପିଥୋରଗଡ଼ ଠାରୁ ପୂର୍ବ ଦିଗର ୯୦ କିମି ଦୂର ନେପାଳ ସୀମାନ୍ତରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଭାରତୀୟ ସମୟ ରାତି ୧.୫୭ ମିନିଟ ୨୪ ସେକେଣ୍ଡରେ ନେପାଳରେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ନେପାଳରେ ଏହା ଦ୍ୱିତୀୟ ଭୂକମ୍ପ। ମଙ୍ଗଳବାର ସକାଳେ ନେପାଳର ବିଭିନ୍ନ ସ୍ଥାନରେ ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ କାଠମାଣ୍ଡୁ ଠାରୁ ୧୫୫ କିମି ଦୂର ଉତ୍ତରପୂର୍ବ ଅଞ୍ଚଳରେ ରହିଥିଲା। ସେହିପରି ଭୂପୃଷ୍ଠରୁ ଏହା ୧୦୦ କିମି ଗଭୀରରେ ସୃଷ୍ଟି ହୋଇଥିଲା।

ବୁଧବାର ରାତିରେ ଲୋକମାନେ ଶୋଇଥିବା ବେଳେ ୬.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। କିଛି ଲୋକ ଝଟକା ପରେ ଖୋଲା ସ୍ଥାନକୁ ଦୌଡ଼ି ଆସିଥିଲେ। ସେହିପରି ଅଧିକାଂଶ ଲୋକ ନିଘୋଡ଼ ନିଦରେ ଶୋଇଥିବାରୁ ଭୂକମ୍ପ ଝଟକାକୁ ଅନୁଭବ କରିପାରି ନାହାନ୍ତି। ଦୋତି ଜିଲ୍ଲାରେ ଲୋକମାନେ ଶୋଇଥିବା ବେଳେ ଘର ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଯାଞ୍ଚ କରାଯାଉଥିବାରୁ ଏସମ୍ପର୍କରେ ବିସ୍ତୃତ ସୂଚନା ମିଳିପାରିନାହିଁ।

The post ନେପାଳରେ ବଡ଼ ଭୂକମ୍ପ, ଗଲାଣି ୬ ଜୀବନ: ଥରିଲା ଦିଲ୍ଲୀ appeared first on Odisha Reporter.



from Odisha Reporter https://ift.tt/yLqASnh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages