ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲିକ। ବେଶ୍ କିଛି ଦିନ ହେବ ଉଭୟଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାରି ଭିତରେ ଏହି ଷ୍ଟାର କପଲ ଏକ ବଡ ଘୋଷଣା କରିଛନ୍ତି। ଦୁହେଁ ଏକାଠି ଏକ ଟକ୍ ଶୋ’ରେ ନଜର ଆସିବେ ବୋଲି ଘୋଷଣା ହୋଇଛି।
ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା ଓ ସୋଏବ ମଲିକ ଉଭୟ ଏକାଠି ଟକ୍ ଶୋ’ରେ ନଜର ଆସିବେ। ଏହି ଟକ୍ ଶୋ’ର ନାଁ ‘ମିର୍ଜା ମଲିକ ଶୋ’ ରଖାଯାଇଛି। ଏହି ଶୋ’ର ପୋଷ୍ଟର ମଧ୍ୟ ରିଲିଜ ହୋଇଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଶୋ’ ଏକ ପାକିସ୍ତାନୀ ଚ୍ୟାନେଲ୍ରେ ପ୍ରସାରିତ ହେବ ବୋଲି କୁହାଯାଉଛି।
କିଛି ଦିନ ହେବ ସାନିଆ ଏବଂ ସୋଏବଙ୍କ ବିବାହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟରେ ଖବର ପ୍ରକାଶ ପାଇଥିଲା। ଆଉ ଏହି ଖବର ସୀମା ଡେଇଁ ଭାରତରେ ମଧ୍ୟ ପହଞ୍ଚିଥିଲା। ଏପରିକି ସୋଏବ ସାନିଆଙ୍କୁ ଧୋକା ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଦୁହିଁଙ୍କ ବିବାହ ବିଚ୍ଛେଦ ପାଇଁ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କୁ ଦାୟୀ କରାଯାଇଥିଲା। ତେବେ ଏନେଇ ସାନିଆ ଓ ସୋଏବଙ୍କ ପକ୍ଷରୁ କିନ୍ତୁ କୌଣସି ଅଫିସିଆଲ୍ ଘୋଷଣା କରାଯାଇନଥିଲା। ଏହାରି ଭିତରେ ଦୁହେଁ ଏକାଠି ଶୋ’ ହୋଷ୍ଟ କରିବା ନେଇ ଖବର ସାମ୍ନାକୁ ଆସିଛି।
ସୂଚନା ମୁତାବକ, ୨୦୧୦ ଏପ୍ରିଲ ୧୨ ତାରିଖରେ ଭାରତୀୟ ଟେନିସ୍ ଷ୍ଟାର୍ ଖେଳାଳି ସାନିଆ ମିର୍ଜାଙ୍କ ହାତ ଧରିଥିଲେ ପାକିସ୍ତାନର କ୍ରିକେଟର ସୋଏବ ମଲିକ। ଏହି ବିବାହକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହୋଇଥିଲା। ଅନେକ ବିବାଦ ମଧ୍ୟ ଉପୁଜିଥିଲା।
The post ଛାଡ଼ପତ୍ର ଚର୍ଚ୍ଚା ଭିତରେ ସାନିଆ-ସୋଏବଙ୍କ ବଡ଼ ଘୋଷଣା appeared first on Odisha Reporter.
from Odisha Reporter https://ift.tt/PaplUew
No comments:
Post a Comment