ନୂଆଦିଲ୍ଲୀ: ୩୧ ବର୍ଷ ତଳେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରିଥିଲେ। ଏବେ ଜେଲ୍ରୁ ସଜା କାଟି ଘରକୁ ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ। ଜେଲ୍ରୁ ମୁକିଳିବା ପରେ ସେ ଗାନ୍ଧୀ ଓ ମୃତକଙ୍କ ପରିବାରକୁ ସନ୍ଦେଶ ଦେଇଛନ୍ତି। କହିଛନ୍ତି ମୃତକଙ୍କ ପରିବାର ପାଇଁ ଦୁଃଖି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି।
୩୧ ବର୍ଷ ଜେଲ୍ରେ ସଜା କାଟିବା ପରେ ଗତକାଲି ଫେରିଛନ୍ତି ନଳିନୀ ଶ୍ରୀହରନ୍। ତାଙ୍କ ସମେତ ୬ ଜଣ ଦୋଷୀ ମଧ୍ୟ ମୁକୁଳିଛନ୍ତି। ତେବେ ନଳିନୀ ଜେଲ୍ରୁ ମୁକୁଳିବା ପରେ ଗଣମାଧ୍ୟମ ଆଗରେ ସେଦିନର ସେହି ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ମୁଁ ଦୁଃଖ ପ୍ରକାଶ କରୁଛି। ଏହାସହ ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ନେଇ ସେ ଦୀର୍ଘ ୩୧ ବର୍ଷ ହେବ ଜେଲରେ ଅନୁତାପ କରୁଥିବା କଥା କହିଛନ୍ତି।
ନଳିନୀ କହିଛନ୍ତି ଯେ, ଏହି ଘଟଣା ପରେ ମୁଁ ଜେଲ ଚାଲିଗଲି। ଏହା ମଧ୍ୟରେ ୩୧ ବର୍ଷ ବିତିଯାଇଛି। ଏହି ୩୧ ବର୍ଷ ମଧ୍ୟରେ ସେ ନିଜର ଅନେକ ପରିଜନଙ୍କୁ ହରାଇ ସାରିଛନ୍ତି। ଏବେ ସେ ତାଙ୍କର ସ୍ୱାମୀଙ୍କ ସହ ରହିବେ ବୋଲି କହିଛନ୍ତି।
୧୯୯୧ ମସିହାରେ ତାମିଲନାଡୁରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତି ବୋମା ବିସ୍ଫୋରଣ କରି ହତ୍ୟା କରାଯାଇଥଲା। ଏହି ମାମଲାରେ ନଳିନୀଙ୍କ ସମେତ ଅନ୍ୟ ୫ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ହେଲେ ଦୀର୍ଘ ୩୧ ବର୍ଷ ପରେ ସେମାନଙ୍କ ଆଚରଣକୁ ଦୃଷ୍ଟିରେ ରଖି କୋର୍ଟ ସେମାନଙ୍କୁ ଛାଡିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ଗତକାଲି ନଳୀନିଙ୍କ ସମେତ ଅନ୍ୟ ୫ ଜଣ ଜେଲରୁ ମୁକୁଳିଛନ୍ତି।
ନଳିନୀଙ୍କୁ ଜେଲ୍ରୁ ମୁକୁଳିବାର ସୁପ୍ରିମକୋର୍ଟଙ୍କୁ ନିଷ୍ପତ୍ତିକୁ କଂଗ୍ରେସ ସମାଲୋଚନା କରିଛି। ସେପଟେ ଏହି ନିଷ୍ପତ୍ତିକୁ ତାମିଲନାଡୁରେ ଅନେକ ଲୋକ ସ୍ୱାଗତ କରିଛନ୍ତି।
The post ଜେଲ୍ରୁ ବାହାରି ରାଜୀବଙ୍କ ହତ୍ୟାକାରୀ କହିଲେ- ଗାନ୍ଧୀ ପରିବାର ପାଇଁ ମୁଁ ଦୁଃଖିତ appeared first on Odisha Reporter.
from Odisha Reporter https://ift.tt/8TwbcBv
No comments:
Post a Comment