ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ନିକଟ ଜିନ୍ଦଲ ଗେଷ୍ଟ ହାଉସରୁ ଲଜିଷ୍ଟିକାଲ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ମୋତିରାମ ପାଲ। ସେ ଜିନ୍ଦଲ କମ୍ପାନୀରେ ଲଜିଷ୍ଟିକାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।
ମୋତିଲାଲ ବରସୁଆଁ ନିକଟରେ ଥିବା ଜିନ୍ଦଲ ଗେଷ୍ଟ ହାଉସରେ କିଛି ଦିନ ହେବ ରହୁଥିଲେ। ଜିନ୍ଦଲ କମ୍ପାନୀର ଏକ ବ୍ରାଞ୍ଚ ଟେନସାରେ ରହିଛି। ସେ ଏହି ଗେଷ୍ଟ ହାଉସରେ ରହି ଅଫିସ ଯିବା ଆସିବା କରୁଥିଲେ। ଆଜି ସକାଳେ ତାଙ୍କ ମୃତଦେଦ ରକ୍ତାକ୍ତ ଅବସ୍ଥା ପଡ଼ିଥିବା ଗେଷ୍ଟ ହାଉସର ୱେଟର ଦେଖିଥିଲା। ଏନେଇ ପୁଲିସକୁ ଜଣାଇଥିଲା। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
ମୋତିଲାଲଙ୍କ ମୃତଦେହହ ପଡ଼ିଥିବା ରୁମ୍ର ଚାରିଆଡ଼େ ରକ୍ତ ପଡ଼ିଛି। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି।
The post ଜିନ୍ଦଲ କମ୍ପାନୀର ଲଜିଷ୍ଟିକାଲ ମ୍ୟାନେଜରଙ୍କୁ ହତ୍ୟା! appeared first on Odisha Reporter.
from Odisha Reporter https://ift.tt/Cqxy5D7
No comments:
Post a Comment