ମହୁଫେଣାକୁ ଝାମ୍ପ ମାରିଲା ମାଙ୍କଡ଼, ଗୋଡ଼ାଇ ଗୋଡ଼ାଇ ପିଲାଙ୍କୁ କାମୁଡ଼ିଲେ ମହୁମାଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 23, 2022

ମହୁଫେଣାକୁ ଝାମ୍ପ ମାରିଲା ମାଙ୍କଡ଼, ଗୋଡ଼ାଇ ଗୋଡ଼ାଇ ପିଲାଙ୍କୁ କାମୁଡ଼ିଲେ ମହୁମାଛି

ଆନନ୍ଦପୁର(ମୁନା ସିଂହ): ସ୍କୁଲରେ ଥିବା ମହୁଫେଣାକୁ ଝାମ୍ପ ମାରି ପଳାଇଗଲା ମାଙ୍କଡ଼। ହେଲେ ମହୁମାଛିଙ୍କ ଆକ୍ରୋଶର ଶିକାର ହେଲେ କୋମଳମତି ପିଲା। ମହୁମାଛିମାନେ ପିଲାମାନଙ୍କୁ  ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଅଘସିପୁରା ବ୍ଲକ ଗଁପୁର ପଞ୍ଚାୟତ  ଅନ୍ତର୍ଗତ ଅଙ୍ଗାରୁଆ ନୋଡାଲ ଉପ୍ରା ବିଦ୍ୟାଳୟରେ। ମହୁମାଛି ଆକ୍ରମଣରେ ୧୨ଜଣ ପିଲା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଗତକାଲି ପିଲାମାନେ ସ୍କୁଲ କ୍ୟାମ୍ପସରେ ବସି ପାଠ ପଢ଼ୁଥିଲେ। ହଠାତ୍ କ୍ୟାମ୍ପସ ଭିତରକକୁ ପଶିଆସିଥିଲା ମାଙ୍କଡ଼। ପରେ ସ୍କୁଲରେ କ୍ୟାମ୍ପସରେ ଥିବା କଦମ୍ବ ଗଛରେ ଚଢ଼ିଯାଇଥିଲା।  ଆଉ ସେଠାରେ ଝୁଲି ରହିଥିବା ମହୁଫେଣାକୁ ଝାମ୍ପ ମାରି ସେଠାରୁ ପଳାଇଯାଇଥିଲା। ଏହାପରେ ମହୁଫେଣାରୁ ମହୁମାଛିମାନେ ସବୁ ଉଡ଼ି ଆସି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୧୨ ଜଣ ପିଲା ଆହତ ହୋଇଥିଲେ। କିଛି ଛାତ୍ରଛାତ୍ରୀ ବିଦ୍ୟାଳୟ ଭିତରକୁ ଦୌଡ଼ି ପଳାଇଯାଇଥିଲେ।

ଆହତ ଛାତ୍ରଛାତ୍ରୀଙ୍କୁ ସାଇଁକୁଳ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୧୦ ଜଣଘରକୁ ଫେରିଥିବା ବେଳେ  ଗୁରୁତଥିବା ୨ଜଣ ଏବେ ବି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

 

The post ମହୁଫେଣାକୁ ଝାମ୍ପ ମାରିଲା ମାଙ୍କଡ଼, ଗୋଡ଼ାଇ ଗୋଡ଼ାଇ ପିଲାଙ୍କୁ କାମୁଡ଼ିଲେ ମହୁମାଛି appeared first on Odisha Reporter.



from Odisha Reporter https://ift.tt/7jd6geM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages