କଣ୍ଟାବାଞ୍ଜି/ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର): ଜିଲ୍ଲା ମାନ୍ୟତା ଦାବିରେ ଆଜି କଣ୍ଟାବାଞ୍ଜି ଓ ଟିଟିଲାଗଡ଼କୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ। ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକୁ ସମର୍ଥନ କରି ସଇଁତଳା ଓ ଆଖପାଖ ଅଞ୍ଚଳରେ ବି ବନ୍ଦ ପାଳନ କରାଯାଉଛି।
ଟିଟିଲାଗଡ଼ର ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ବନ୍ଦରେ ସାମିଲ ହୋଇଥିବା ବେଳେ ସଇଁନ୍ତଳା ଓ ସିନ୍ଧେକେଲା, ବେଲଗାଁ ଓ ଟିକରାପଡ଼ା ଭଳି ବିଭିନ୍ନ ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି। ବନ୍ଦ ଯୋଗୁ ଗାଡ଼ିଚଳାଚଳ ବନ୍ଦ ରହିଛି। ମେଡିକାଲ ଓ ଅଗ୍ନିଶମ ପରି ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି ।
ସେହିପରି କଣ୍ଟାବାଞ୍ଜିକୁ ମଧ୍ୟ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ସମର୍ଥନ କରିଛନ୍ତି ସହରର ଅନେକ ସଂଗଠନ। ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟି ବନ୍ଦ ପାଳନ କରୁଛନ୍ତି। ବନ୍ଦ ଯୋଗୁ ଦୋକାନ, ବଜାର ବନ୍ଦ ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଗାଡ଼ିଚଳା ବନ୍ଦ ଥିବା ଯୋଗୁ ଯାତ୍ରୀମାନେ ଯିବାଆସିବା କରିବା ପାଇଁ ହନ୍ତସନ୍ତ ହେଉଛନ୍ତି।
The post ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ବନ୍ଦ appeared first on Odisha Reporter.
from Odisha Reporter https://ift.tt/ZpdEon1
No comments:
Post a Comment