ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ, ଇଶ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 17, 2022

ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ, ଇଶ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ

ନୂଆଦିଲ୍ଲୀ: ଇଶ୍ରୋର ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ। ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍‌ର ସଫଳତାର ସହ ଉତକ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ ହୋଇଛି।  ହାଇଦ୍ରାବାଦ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଏରୋସ୍ପେସ୍ ଏହି ରକେଟ୍ ନିର୍ମାଣ କରିଛି।  ସ୍କାଇରୁଟ୍ ଏରୋସ୍ପେସର ପ୍ରଥମ ମିଶନ୍, ଯାହାର ନାମ ‘ପ୍ରାରମ୍ଭ’ ରଖାଯାଇଛି। ଚେନ୍ନାଇଠାରୁ ୧୧୫ କିମି ଦୂର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନର ଲଞ୍ଚପ୍ୟାଡରୁ ଏହା ଉତକ୍ଷେପଣ କରାଯାଇଛି। ମିଶନ ସଫଳ ହୋଇଥିବାରୁ ସ୍କାଇରୁଟ୍ ଏରୋସ୍ପେସ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି।

ଏହାକୁ ଏକ ନୂତନ ଯୁଗର ଆରମ୍ଭ ଭାବରେ ବିବେଚନା କରାଯାଉଛି। କାରଣ ୨୦୨୦ ମସିହାରେ ଘରୋଇ କ୍ଷେତ୍ର ପାଇଁ ମହାକାଶକୁ ଖୋଲାଯାଇଛି। ସ୍କାଇରୁଟ୍ ଏରୋସ୍ପେସ୍ ସିଇଓ ନାଗା ଭରତ ଡାକ କହିଛନ୍ତି ବିକ୍ରମ-ଏସ ରକେଟ ହେଉଛି ଏକ ସିଙ୍ଗିଲଷ୍ଟେଜ ସବ୍-ଅର୍ବିଟାଲ୍ ଲଞ୍ଚ ଯାନ।

ଚନ୍ଦାନା କହିଛନ୍ତି ଯେ ଇସ୍ରୋ ଏବଂ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରର ସାହାଯ୍ୟ ପରେ ସ୍କାଇରୁଟ୍ ବିକ୍ରମ-ଏସ୍ ରକେଟ୍ ମିଶନକୁ ବହୁ କମ୍ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇଥିଲା | ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପ୍ରତିଷ୍ଠାତା ବିକ୍ରମ ସାରଭାଇଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସ୍କାଇରୁଟର ଉତକ୍ଷେପଣ ଯାନଗୁଡ଼ିକର ନାମ ‘ବିକ୍ରମ’ ରଖାଯାଇଛି।

The post ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ, ଇଶ୍ରୋ ପଠାଇଲା ପ୍ରଥମ ଘରୋଇ ରକେଟ appeared first on Odisha Reporter.



from Odisha Reporter https://ift.tt/l7LPjpU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages