ପଞ୍ଚକରେ ଖାଁ ଖାଁ ଧବଳେଶ୍ୱର ପୀଠ; ଏଲଇଡିରେ ଚାଲିଛି ବାବାଙ୍କ ଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 3, 2022

ପଞ୍ଚକରେ ଖାଁ ଖାଁ ଧବଳେଶ୍ୱର ପୀଠ; ଏଲଇଡିରେ ଚାଲିଛି ବାବାଙ୍କ ଦର୍ଶନ

ଆଠଗଡ଼(ନୀଳକଣ୍ଠ ଦୋରା): ଆଜି ହେଉଛି ପ୍ରଥମ ପଞ୍ଚକ। ଶ୍ରଦ୍ଧାଳୁଙ୍କ ଗହଳଚହଳରେ ଯେଉଁ ଧବଳେଶ୍ୱର ପୀଠ ପ୍ରତିବର୍ଷ ପଞ୍ଚକରେ ଫାଟି ପଡ଼ୁଥାଏ, ତାହା ଆଜି ଖାଁ ଖାଁ। ବାବାଙ୍କ ନୀତି ନିୟମ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲୁଛି, ମନ୍ତ୍ର ଧ୍ୱନୀ ହେଉଛି, ହେଲେ ନାହାନ୍ତି ଭକ୍ତ। ଭକ୍ତମାନେ ଚଳିତ ବର୍ଷ ବାବାଙ୍କ ଦର୍ଶନ ଚର୍ମ ଚକ୍ଷୁରେ ନୁହେଁ ବରଂ ଏଲଇଡି ପରଦାରେ କରୁଛନ୍ତି।

ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲକୁ ବିପଦସଙ୍କୁଳ ଦର୍ଶାଇ ପୀଠ ଚାରିପଟେ ଜାରି ହୋଇଛି ୧୪୪ ଧାରା। ତେଣୁ ଏବେ ସ୍ୱଚକ୍ଷୁରେ ଭକ୍ତଙ୍କୁ ବାବାଙ୍କ ଦର୍ଶନ ମନା ହୋଇଥିବା ବେଳେ ଏଥିନିମନ୍ତେ ଏଲଇଡି ପରଦାର ବ୍ୟବସ୍ଥା ହୋଇଛି।

ଆଜି ପଞ୍ଚକ ପ୍ରଥମ ଦିନରେ ରାତି ୩ ଟାରୁ ପହଡ଼ ଖୋଲାଯାଇ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଛି। ଏହାପରେ ମଙ୍ଗଳ ଆଳତୀ ପରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା।  ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଦ୍ୱାର ଫିଟାଯାଇଥିଲା। ହେଲେ ଭଙ୍କ ବିନା ଖାଁ ଖାଁ ପୀଠ ।

ପଞ୍ଚକରେ ବାବାଙ୍କ ପୀଠ ଖାଁ ଖାଁ ଥିବା ବେଳେ ଚାଲିଛି ପୂଜାର୍ଚ୍ଚନା ।

ପ୍ରଶାସନର ବାରଣ ସତ୍ତ୍ୱେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆଜି ସକାଳୁ ଧବଳେଶ୍ଵର  ପୀଠମୁହାଁ ହୋଇଛନ୍ତି। ହେଲେ ପୁଲିସ୍‌ ବାଟ ଜଗି ବସିଥିବା ବେଳେ ଶ୍ରଦ୍ଧାଳୁ ଓ କାର୍ତ୍ତିକ ବ୍ରତଧାରୀମାନେ ମୁଖ୍ୟ ରାସ୍ତା ଗେଟ୍‌ କଡରେ ଧବଳେଶ୍ଵରଙ୍କ ଫାଟକ ପାଖରେ ଲାଗିଥିବା ଏଲଇଡି ପରଦାରେ ବାବାଙ୍କ ଦର୍ଶନ କରୁଛନ୍ତି।  ହେଲେ ସେଠି କୌଣସି ପ୍ରକାର ପୂଜାର୍ଚ୍ଚନା  କିମ୍ବା ଭୋଗ ଲାଗିକୁ ବାରଣ କରାଯାଇଛି ।

ଭକ୍ତମାନେ ଚାହିଁଲେ ସେଇଠୁ ପୂଜକଙ୍କ ମାଧ୍ୟମରେ ଭୋଗ ଠାକୁରଙ୍କ ପାଖକୁ ପଠାଇ ପାରିବେ। ଗଜଭୋଗ ନିଜସ୍ୱ ଉଦ୍ୟମରେ ସେବକଙ୍କ ଘରୁ ସଂଗ୍ରହ କରିବେ। ଅଧିକ ଭକ୍ତଙ୍କ ଭିଡ଼ ହୁଏ,  ଆଉ ଏକ LED ଲଗାଇବା ନିମନ୍ତେ ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଉପଜିଲ୍ଲାପାଳ। ତା’ସହ ପୂର୍ବଭଳି ଯାତ୍ରା ଚାଲିବ ବୋଲି ମଧ୍ୟ ସେ କହିଛନ୍ତି। ତେବେ ପ୍ରଶାସନର ଏଭଳି ନିଷ୍ପତ୍ତି ଅତି ବିଚିତ୍ର ବୋଲି ସେବକମାନେ କହିବା ସହ କରୋନାଠାରୁ ଏ କଟକଣା ଅଧିକ ଯନ୍ତ୍ରଣାଦାୟକ ବୋଲି ଆକ୍ଷେପ କରିଛନ୍ତି।

ଧବଳେଶ୍ୱର ପୀଠ ନିକଟରେ ପୁଲିସ୍‌ ମୁତୟନ ।

ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି  ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଧବଳେଶ୍ଵରଙ୍କ  ପୀଠରେ ୧୪୪ ଧାରା ଲାଗିଛି । ପୁଲିସ ପକ୍ଷରୁ ୧୦ ପ୍ଲାଟୁନ ପୁଲିସ୍‌ ସହ ୬ ଜଣ ଏସ୍‌ଡିପିଓ, ୧୨ ଆଇଆଇସି ନିୟୋଜିତ ଥିବା କଟକ ଗ୍ରାମାଞ୍ଚଳ ଏସ୍‌ପି କହିଛନ୍ତି।

ଗୁଜରାଟ ଟ୍ରାଜେଡି ପରେ ଗତ ୩୧ ତାରିଖରୁ ଧବଳେଶ୍ୱର ପୀଠରେ ଦର୍ଶନକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ। ମୋର୍ବି ଦୁର୍ଘଟଣା ପରେ ତୁରନ୍ତ ଧବଳେଶ୍ୱର ଝୁଲା ପୋଲ ଯାଞ୍ଚ କରି ପ୍ରଥମେ ୨୦୦ କରି ଭକ୍ତଙ୍କୁ ପୀଠକୁ ଛଡ଼ା ଯାଇଥିଲା। ତା’ପରେ ମରାମତି ଆଳ ଦେଖାଇ ଦିନକ ପାଇଁ ପୋଲକୁ ବନ୍ଦ ରଖିବାକୁ ଘୋଷଣା କରାଗଲା। ହେଲେ ସେଦିନ ସନ୍ଧ୍ୟାରେ ହଠାତ୍‌ ୧୪୪ ଧାରା ଜାରି କରିଦେଲା ପ୍ରଶାସନ। ଆଉ କୁହାଗଲା, ଏଥର ଧବଳେଶ୍ୱରଙ୍କ ଯାତ୍ରା ବନ୍ଦ।ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ହେବା ପରେ ପ୍ରଶାସନ ପକ୍ଷରୁ LEDର ବ୍ୟବସ୍ଥା କରାଯାଇଛି।

The post ପଞ୍ଚକରେ ଖାଁ ଖାଁ ଧବଳେଶ୍ୱର ପୀଠ; ଏଲଇଡିରେ ଚାଲିଛି ବାବାଙ୍କ ଦର୍ଶନ appeared first on Odisha Reporter.



from Odisha Reporter https://ift.tt/aLRMbHG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages