୧୪ରୁ ୧୬ ବାଲି ଯିବେ ପ୍ରଧାନମନ୍ତ୍ରୀ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 10, 2022

୧୪ରୁ ୧୬ ବାଲି ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବାକୁ ଥିବା ୧୭ତମ ଜି-୨୦ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସେ ଆସନ୍ତା ୧୪ରୁ ୧୬ ତାରିଖ ଯାଏ ବାଲି ଗସ୍ତରେ ଯିବେ। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ଜି-୨୦ ସମ୍ମିଳନୀ ଭାରତରେ ଆୟୋଜନ ହେବ। ଏବେ ଇଣ୍ଡୋନେସିଆ ଏହାର ଅଧ୍ୟକ୍ଷତା କରୁଛି। ଭାରତ ବିଧିବଦ୍ଧ ଭାବେ ଇଣ୍ଡୋନେସିଆ ଠାରୁ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବ।

ବାଲିରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ବିଶ୍ୱସ୍ତରୀୟ ନେତେମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ରୁଷ ଓ ୟୁକ୍ରେନ ଯୁଦ୍ଧ ସମସ୍ତଙ୍କ ଫୋକସରେ ରହିଛି। ଏହି ସମ୍ମିଳନୀର ଥିମ “ରିକଭର ଟୁଗେଦର, ରିକଭର ଷ୍ଟ୍ରଙ୍ଗର” ରହିଛି। ଖାଦ୍ୟ, ଶକ୍ତି, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଡିଜିଟାଲ ଟ୍ରାନ୍ସଫରମେସନ ସମ୍ପର୍କରେ ଜି-୨୦ ଦେଶୁଗୁଡ଼ିକ ଆଲୋଚନା କରିବେ।

ସମ୍ମିଳନୀରେ ଶେଷ ଦିନରେ ଇଣ୍ଡୋନେସିଆ ରାଷ୍ଟ୍ରପତି ୱିଡୋଡୋ ବିଧିବଦ୍ଧ ଭାବେ ଜି୨୦ର ଅଧ୍ୟକ୍ଷତା ଦାୟିତ୍ୱ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରିବେ। ଭାରତ ସରକାର ଡିସେମ୍ବର ୧ରୁ ଜି-୨୦ ଦେଶଗୁଡ଼ିକର ଅଧ୍ୟକ୍ଷତା କରିବେ।

ଅନ୍ୟପକ୍ଷରେ ବାଲିରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେବେନାହିଁ। ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଏହାକୁ ନେଇ ରୁଷ ଓ ପଶ୍ଚିମ ଦେଶଗୁଡ଼ିକ ମୁହାଁମୁହିଁ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଟିନ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି।

The post ୧୪ରୁ ୧୬ ବାଲି ଯିବେ ପ୍ରଧାନମନ୍ତ୍ରୀ ମୋଦି appeared first on Odisha Reporter.



from Odisha Reporter https://ift.tt/nrH4fMA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages