ନୂଆଦିଲ୍ଲୀ: ଦିଲ୍ଲୀର ମହରୋଲିରେ ଶ୍ରଦ୍ଧା ୱକର ହତ୍ୟାକାଣ୍ଡ ମାମଲା ସମସ୍ତଙ୍କୁ ଦୋହଲାଇ ଦେଇଛି। ୫ ମାସ ତଳେ ହୋଇଥିବା ଏହି ହତ୍ୟାକାଣ୍ଡକୁ ନେଇ ପୁଲିସ କିଛି ଖୁଲାସା ମଧ୍ୟ କରିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଅଭିଯୁକ୍ତ ଆଫତାବ ଅମୀନ ପୁନାୱାଲା ନିଜ ଗାର୍ଲଫ୍ରେଣ୍ଡ ଶ୍ରଦ୍ଧା ୱକରଙ୍କୁ ହତ୍ୟା କରିବା ପରେ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା। ପ୍ରତିଦିନ ଶ୍ରଦ୍ଧାଙ୍କ ମରଶରୀରର ଖଣ୍ଡକୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଫିଙ୍ଗୁଥିଲା।
ଏହି ଖବର ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ନେଇ ଅତ୍ୟନ୍ତ କ୍ରୋଧିତ ଅଛନ୍ତି। ଅନେକ ଲୋକେ ଅଭିଯୁକ୍ତ ଆଫତାବଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରୁଛନ୍ତି। ଏହାରି ଭିତରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ନିଜ ସ୍ୱର ଉଠାଇଛନ୍ତି। ସେ ଟ୍ୱିଟ୍ କରି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ କଡା ଭାଷାରେ ଅଭିଯୁକ୍ତ ଆଫତାବ ଉପରେ ବର୍ଷିଛନ୍ତି।
ସେ ଟ୍ୱିଟ୍ କରି କହିଛନ୍ତି, ‘ଏହି ହୃଦୟବିଦାରକ ଘଟଣା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ। ଏହି ଘଟଣା ବେଶ୍ ଭୟଙ୍କର, ଲୋମଟାଙ୍କୁରା ଓ ଦୁଃଖଦାୟକ। ଏଥିପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ। ଯାହାକୁ ସେ ଝିଅ ଭଲ ପାଉଥିଲା, ବିଶ୍ୱାସ କରୁଥିଲା, ସିଏ ହିଁ ତାଙ୍କ ସହ ବିଶ୍ୱାସଘାତକ କରିଛି। ପୁଲିସ ଖୁବଶୀଘ୍ର ଏହି ଘଟଣାର ତଦନ୍ତ ଶେଷ କରିବ ଆଉ ରାକ୍ଷସକୁ କଠୋରରୁ କଠୋର ଦଣ୍ଡ ମିଳିବ। ଏଥିପାଇଁ ସେ ହକଦାର।’ ଅଭିନେତ୍ରୀ ସ୍ୱରା ଅଭିଯୁକ୍ତକୁ ରାକ୍ଷସ ବୋଲି କହିଛନ୍ତି।
The post ଶ୍ରଦ୍ଧା ହତ୍ୟା ମାମଲା: ସ୍ୱରା କହିଲେ-ରାକ୍ଷସକୁ କଠୋର ଦଣ୍ଡ ମିଳୁ appeared first on Odisha Reporter.
from Odisha Reporter https://ift.tt/6GxeBW8
No comments:
Post a Comment