ଗୁରୁଗ୍ରାମ: କୁକୁର କାମୁଡ଼ାରେ ଶିକାର ହୋଇଥିବା ଜଣେ ମହିଳାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ଏ ସମ୍ପର୍କରେ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ହରିୟାଣାର ଗୁରୁଗ୍ରାମରେ କୁକୁର କାମୁଡ଼ାରେ ଶିକାର ହୋଇଥିବା ସମ୍ପୃକ୍ତ ମହିଳାଙ୍କୁ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦେବାକୁ ଖାଉଟି ଅଦାଲତ ଗୁଚୁଗ୍ରାମ ମ୍ୟୁନ୍ସପାଲଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯଦି ମ୍ୟୁନ୍ସିପାଲଟି ଚାହିଁବ ଏହି ଅର୍ଥ କୁକୁର ମାଲିକଠାରୁ ଆଦାୟ କରିପାରିବ। ଗତ ଅଗଷ୍ଟ ମାସରେ ଏକ ଘରୋଇ ପୋଷା କୁକୁର କାମୁଡ଼ାରେ ଗୁରୁତର ହୋଇଥିଲେ ମହିଳା।
ପୀଡ଼ିତା ମୁନି ଜଣେ ଘରୋଇ ସାହାୟିକା ଭାବେ କାର୍ଯ୍ୟ କରନ୍ତି। ଗତ ଅଗଷ୍ଟ ୧୧ତାରିଖରେ ମୁନି କାମ କରିବାକୁ ଯାଉଥିବାବେଳେ ବିନିତ ଚିକାରା ନାମକ ଜଣେ ବ୍ୟକ୍ତିଙ୍କ କୁକୁର ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁଗ୍ରାମର ସିଭିଲ ହସ୍ପିଟାଲରୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାକୁ ପଠାଯାଇଥିଲା। ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏତଲାରରେ କୁକୁରଟି ‘ପିଟବୁଲ୍’ ପ୍ରଜାତି ବୋଲି ଉଲ୍ଲେଖ କରାଯାଇଥିଲା। ପରେ ମାଲିକ ଜଣାଇଥିଲେ ଯେ ଏହି ପ୍ରଜାତି ହେଉଛି ‘ଡୋଗୋ ଆର୍ଜେଣ୍ଟିନୋ’ । ସେହିପରି କୁକୁରକୁ ନିଜ ହେପାଜତକୁ ନେବା ସହ କୁକୁର ମାଲିକ ଲାଇସେନ୍ସ ବାତିଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ୧୧ ଟି ବିଦେଶୀ ପ୍ରଜାତି ଉପରେ ନିଷେଧାଦେଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଦାଲତ କହିଛନ୍ତି ଯେ କୁକୁର ମାଲିକ ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରିଛନ୍ତି। ଗତ ଅକ୍ଟୋବର ମାସରେ ପୂର୍ବରୁ ପୋଷା ପିଟବୁଲ ଆକ୍ରମଣରେ ଲକ୍ଷ୍ନୌର ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ନୋଏଡ଼ା ସେକ୍ଟର ୧୨୦ରେ ପ୍ରତୀକ ଲୋରେଲ ସୋସାଇଟିରେ ୧୦ ଅକ୍ଟୋବରକୁ ଜଣେ ମହିଳାଙ୍କୁ ବୁଲା କୁକୁର ଅତି ନିର୍ମମ ଭାବେ କାମୁଡ଼ିଥିଲା । ସେପ୍ଟେମ୍ବର ୨୬ରେ ସେକ୍ଟର ୧୯ରେ କୁକୁର କାମୁଡ଼ିବାରୁ ଦୁଇଜଣ ମହିଳା ଅଚେତ ହୋଇପଡ଼ିଥିଲେ ।
The post କୁକୁର କାମୁଡ଼ାରେ ଶିକାର ମହିଳାଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/vZyB6KX
No comments:
Post a Comment