ବରଗଡ଼(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପର୍ନିବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ। ଗତକାଲି ସୁଦ୍ଧା ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ କେହି ଜଣେ ହେଲେ ପ୍ରାର୍ଥୀପତ୍ର ଦାଖଲ କରିନଥିବାରୁ ଆଜି ତିନି ଦଳର ପ୍ରାର୍ଥୀ ନାମାଙ୍କନ ଭରିବା ସମ୍ଭାବନା ରହିଛି । ଫଳରେ ଆଜି ସବୁ ଦଳ ଜୋରାଦର ଶକ୍ତି ପ୍ରଦର୍ଶନ କରିବା ଅନୁମାନ କରାଯାଉଛି।
ଏପଟେ ନାମାଙ୍କନ ପୂର୍ବରୁ ପ୍ରଚାର ପର୍ବ ଜୋରଦାର ହୋଇଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଗତକାଲି ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଧରି ଘର ଘର ବୁଲି ଭୋଟ୍ ମାଗିଛନ୍ତି। ପାଇକମାଳ ବଜାରର ବ୍ୟବସାୟୀମାନଙ୍କୁ ଭୋଟ୍ ମାଗିବା ସହ ଝାରବନ୍ଧ ଅଞ୍ଚଳରେ ସଭା କରିଛନ୍ତି।
ବରଗଡ଼ ସାଂସଦ ସୁରେଶ ପୂଜାରୀ ମଧ୍ୟ ପ୍ରଦୀପଙ୍କ ପାଇଁ ପ୍ରଚାର କରିଛନ୍ତି। ସେପଟେ BJD ପ୍ରାର୍ଥୀ ବର୍ଷା ସିଂ ବରିହା ଗତକାଲି ପ୍ରଥମ କରି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ। ଦଳର ବରିଷ୍ଠ ନେତାଙ୍କ ସହ ସେ ନିର୍ବାଚନୀ ମଞ୍ଚରେ ଯୋଗଦେଇ ଭୋଟ ପାଇଁ ଅପିଲ କରିଛନ୍ତି। ଦୁବଲାବାହାଲର ୨ଟି ସ୍ଥାନରେ ସେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ପାଇକମାଲ ଅଞ୍ଚଳରେ ବର୍ଷାଙ୍କ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିର୍ବାଚନୀ ସଭା କରି ଭୋଟ୍ ମାଗିଛନ୍ତି।
The post ପଦ୍ମପୁର ଉପର୍ନିବାଚନ; ଆଜି ନାମାଙ୍କନର ଶେଷ ଦିନ appeared first on Odisha Reporter.
from Odisha Reporter https://ift.tt/A7lIQ1a
No comments:
Post a Comment